ଜମ୍ମୁ କଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ କଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। 150 ଫୁଟ ଖାଇକୁ ଖସିଛି ବସ୍‌ । ଏହି ସଡ଼କ ଦୁର୍ଘଟଣାରେ ଏଯାବତ 7ଜଣଙ୍କ ମୃତ୍ୟୁ ଘଟିଥିବା ବେଳଏ 23ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ଅପରାହ୍ନରେ ଜମ୍ମୁ ଜିଲ୍ଲା ଅଖନୁରର ଚୁଙ୍ଗି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ୫୦ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ରାଏସି ଜିଲ୍ଲାର ପ୍ରସିଦ୍ଧ ଶିବ ଖୋରି ମନ୍ଦିରକୁ ଯାଉଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ତୀର୍ଥଯାତ୍ରୀ ଥିଲେ। ଅଖନୁରର ଏକ ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ଉଦ୍ଧାରକାରୀ ଟିମ୍ ୩୦ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଅଖନୁର ହସ୍ପିଟାଲ ଓ ଜମ୍ମୁର ସରକାରୀ ମେଡିକାଲ କଲେଜ (GMC)ରେ ଭର୍ତ୍ତି କରାଯାଇଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପାଞ୍ଚ ଜଣଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା।

Leave A Reply

Your email address will not be published.