ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ପାଲଟିଛି ଚିନ୍ତାର କାରଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ସବୁଠାରେ ଗୁଳୁଗୁଳି ସାଙ୍ଗକୁ ଅନୁଭୂତ ହେଉଛି ଅସହ୍ୟ ଗରମ । ଏହା ମଧ୍ୟରେ ଆଜି ରାଉରକେଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ତେବେ ଜଣେ ନୁହେଁ କି ଦୁଇ ଜଣ ନୁହେଁ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୬ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହିଟ୍‌ୱେଭ ପାଇଁ ମୃତ୍ୟୁ ଆଶଙ୍କା କରାଯାଉଛି କହିଲେ ସିଡିଏମ୍‌ଓ।

RGH ଭାରାପ୍ରାପ୍ତ ଅଧୀକ୍ଷକ ମଧ୍ୟ ସମାନ ଆଶଙ୍କା କଲେ। କାଲି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ କହିଛନ୍ତି। ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ। ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚି ଥିବା କହିଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ। ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି। ସେ କହିଛନ୍ତି, ହିଟୱେଭ୍ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କାଲି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ସରକାରୀ ଚିକିତ୍ସାଳୟ(ଆରଜିଏଚ)ରେ ସାଢ଼େ ୬ ଘଣ୍ଟା ଭିତରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ଏହି ୧୦ଜଣଙ୍କ ୧୦ଜଣଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବା  ନେଇ ଭାରପ୍ରାକ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ସୂଚନା ଦେଇଛନ୍ତି। ଡାକ୍ତର ସୁଧାରାଣୀ ପ୍ରଧାନ କହିଛନ୍ତି ଯେ ଆଜି ଦିନ ସାଢ଼େ ଗୋଟାଏରୁ ରାତି ୮ଟା ମଧ୍ୟରେ ୧୦ଜଣଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି। ୮ଜଣ ମୃତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ। ଆଉ ୨ଜଣ ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।

Comments are closed.