ହାତୀ ଦାନ୍ତ କାରବାର ଘଟଣା ଜଣରେ ଜଣକୁ ହେପାଜତରେ ରଖିବା ବେଳେ ତାର ମୃତ୍ୟୁ ଘଟିଛି ,ଦୁଇଜଣ ACFOଙ୍କ ସମେତ ମୋଟ ୧୪ଜଣ ଅଟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବନ୍ୟ ଜନ୍ତୁ ସୁରକ୍ଷାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ଆଠଗଡ଼ ବନଖଣ୍ଡ। କେତେବେଳେ ବାଘ ମୃତ୍ୟୁ ତ କେତେବେଳେ ହାତୀ ମୃତ୍ୟୁ। ପୁଣି ହାତୀ ମୃତ୍ୟୁରେ ବନ କର୍ମଚାରୀ ସଂପୃକ୍ତି ନେଇ ରାଜ୍ୟରେ ଚହଳ ସୃଷ୍ଟି କରିଛି। ଗତ ୩୧ ତାରିଖରେ ବଡମ୍ବା ରେଞ୍ଜର ମାଣିଆବନ୍ଧ ବିଟର ହିପିଣ୍ଡା ସଂରକ୍ଷିତ ଜଙ୍ଗଲ ନିକଟରୁ ଏକ ଗଲିତ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରିଥିଲା ବଡମ୍ବା ବନବିଭାଗ। ଉକ୍ତ ଘଟଣା .ରେ ବଡମ୍ବା ସତଗୋଛିଆ ଗାଁର ଧନେଶ୍ଵର ବେହେରାଙ୍କୁ ଉଠାଇ ଆଣି ପଚରା ଉଚରା କରିବା ସମୟରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି।

ଧନେଶ୍ବରଙ୍କ ଦେହରେ ମାଡ ଦାଗ ରହିବା ସହ ମାଜିଷ୍ଟେଟଙ୍କ  ଉପସ୍ଥିତରେ ପୋଷ୍ଟମଟମ୍ କରାଯାଇଥିବା ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି । ଏହି ଘଟଣାରେ ବଡମ୍ବା ଥାନାରେ ଏକ କେସ ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ପୋଲିସ ବଡମ୍ବା ରେଞ୍ଜର, ଆଠଗଡର ଦୁଇଜଣ ACFOଙ୍କ ସମେତ ମୋଟ ୧୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।

ଧନେଶ୍ଵର ବେହେରାଙ୍କ ନାମରେ ଆଠଗଡ଼ ବନଖଣ୍ଡରେ ଆଗରୁ ହାତୀ ଶିକାର ଅଭିଯୋଗ ରହିଛି। ତାକୁ ସନ୍ଦେହ କରି ବଡମ୍ବା ବନବିଭାଗ ପକ୍ଷରୁ ଧନେଶ୍ଵର ଙ୍କୁ ଉଠାଇ ଆଣିବା ପରେ ତାଙ୍କୁ ତିଗିରିଆ ଅଞ୍ଚଳରେ ଥିବା ଏକ ଓ୍ବାଚ ଟାଓ୍ବାର ରେ ରଖି ପଚରାଉଚରା ବେଳେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି ୬୫ନମ୍ବର ରାଜ୍ୟ ରାଜପଥ ର ବଡ଼ ବାରସିଂହ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରରୁ ଜଣ ଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ରୋକ ହଟିଥିଲା। ଆଜି ଦିନ ତମାମ ଆଠଗଡ ଥାନାରେ ବନବିଭାଗର ଜଣଜ ପରେ ଜଣକୁ ମାରାଥନ୍ ଜେରା କରାଯାଇଥିଲା। ଆଠଗଡ ଉପଜିଲ୍ଲାପାଳଙ୍କ ସହ ଅତିରିକ୍ତ ଏସ୍ପି ଙ୍କ ଉପସ୍ଥିତରେ କିଭଳି ମୃତ୍ୟୁ ହେଲା ତାହା ପଚାରିଥିଲେ । ଏନେଇ କାହାକୁ ଗିରଫ କରାଯାଇନଥିବା ବେଳେ ତଦନ୍ତ ପରେ ମୃତ୍ୟୁର ପକୃତ କାରଣ ପଦାକୁ ଆସିବ

Leave A Reply

Your email address will not be published.