ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଧ୍ୟ ରାତି ରେ ଆପେ ଆପେ ଚାଲୁଛି ମୋଟର । ବିନା ଚାଳକ ରେ ଚାଲିବା ଭଳି ଘଟଣା ଯେତିକି ରହସ୍ୟମୟ ଭଳି ଲାଗୁଥିଲେ ବି ଘଟଣା ଟି ସତ । ଏଭଳି ଏକ ଅଦ୍ଭୁତ ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦରମହକୁମାର ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ ।
ଗତ କିଛି ଦିନ ହେବ ନିଜ ଘର ମରାମତି କରୁଥିବାରୁ ନିଜ ମୋଟର ସାଇକେଲ କୁ ୩ତାରିଖ ରାତି ୮ଟା ସମୟରେ ନିଜ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇସେସ ନାମକ ଏକ ଦୋକାନ ସମ୍ମୁଖରେ ବାଇକ ଟି ର ହ୍ୟାଣ୍ଡେଲ ଲକ କରି ପାର୍କିଂଗ କରିଥିଲେ ।୪ ତାରିଖ ଭୋର ସକାଳୁ ଉଠି ଦେଖନ୍ତି ଯେ ନିଜ ମୋଟର ସାଇକେଲ ଟି କିଛି ଦୂରରେ ପଡି ଯାଇଛି ସେ ପୁଅକୁ ଡାକି ମୋଟର ସାଇକେଲକୁ ଉଠାଇବାକୁ କହି ଫୁଲ ତୋଳିବାକୁ ଚାଲି ଯାଇଥିଲେ। ସେହିଦିନ ରାତି ରେ ମଧ୍ୟ ନିଜ ମୋଟର ସାଇକେଲ କୁ ସେଇ ସ୍ଥାନରେ ପାର୍କିଂଗ କରିଥିଲେ। ସକାଳୁ ଉଠି ଦେଖନ୍ତି ଯେ ପୂର୍ବ ଦିନ ଭଳି ମୋଟର ସାଇକେଲଟି ପାର୍କିଂଗ କରିଥିବା ଜାଗାରୁ ଅଳ୍ପ ଦୂରରେ ପଡିକି ରହିଛି।
ବାରମ୍ବାର ଏଭଳି ହେଉଥିବା ଦେଖି ଘଟଣା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇସେସ ର ମାଲିକ ସୁନୀଲ ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। କିଏ ଜଣେ ଜାଣି ଶୁଣି ଏଭଳି ବଦମାସ କାମ କରୁଛି ବୋଲି ଭାବି ସିତରାମ ଏଣ୍ଟରପ୍ରାଇସେସ ରେ ଲାଗିଥିବା ସି ସି ଟିଭି ଦେଖିଥିଲେ । ସି ସି ଟିଭି ରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହ୍ୟାଣ୍ଡେଲ ଲକ ଥିବା ସତ୍ୱେ ବିନା ଚାଳକରେ ମୋଟର ସାଇକେଲ ଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିଲା। ପୂର୍ବ ଦିନ ଭଳି ଦ୍ଵିତୀୟ ଦିନ ମଧ୍ୟ ମୋଟର ସାଇକେଲ ଟି ସେଭଳି ଆଗକୁ ଯାଇ ଓଲଟି ପଡ଼ିଥିଲା। ବିଜ୍ଞାନ ଯୁଗରେ ଏଭଳି ଏକ ଅଦ୍ଭୁତ ଘଟଣା ସମ୍ପର୍କରେ ଚାରିଆଡେ ଏବେ ଭାଇରାଲ ହେବାରେ ଲାଗିଛି।