ହାଇଦ୍ରାବାଦର ନାମପଲ୍ଲୀ ଷ୍ଟେସନରେ ଟ୍ରାକରୁ ଖସିଲା ଟ୍ରେନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ କିଛି ମାସ ହେବ ଲଗାତର ଭାବେ ହେଉଥିବା ରେଳ ଦୁର୍ଘଟଣା ଭାରତୀୟ ରେଳବାଇର ଚିନ୍ତା ବଢାଇ ଦେଇଛି। ରେଳ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ରେଳବାଇ ପକ୍ଷରୁ କବଚ ସୁରକ୍ଷା ବ୍ୟବସ୍ଥା ପରୀକ୍ଷଣ କରାଯାଇଥିଲା।

ସକାଳୁ ସକାଳୁ ପୁଣି ଟ୍ରେନ ଦୁର୍ଘଟଣା । ହାଇଦ୍ରାବାଦର ନାମପଲ୍ଲୀ ଷ୍ଟେସନରେ ଟ୍ରାକରୁ ଖସିଲା ଟ୍ରେନ । ଏଠାରେ ଚାରମିନାର ଏକ୍ସପ୍ରେସର 3ଟି ବଗି ଚାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ 5 ଜଣ ଯାତ୍ରୀ ଆହତ ହୋଇଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ନାମପଲ୍ଲୀ ଟ୍ରେନର ଶେଷ ଷ୍ଟେସନ ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ସିପିଆରଓ ରାକେଶ କହିଛନ୍ତି ଯେ, ଏହି ଦୁର୍ଘଟଣା ସକାଳ ପ୍ରାୟ ୯ଟା ସମୟରେ ଘଟିଛି। ଏହି ରେଳ ଷ୍ଟେସନ୍ ହେଉଛି ଏକ ଟର୍ମିନାଲ୍ ଷ୍ଟେସନ୍, ଯେଉଁଠାରେ ଟ୍ରେନ୍ ଅଟକିଥାଏ। ଟ୍ରେନ୍ ଯେଉଁଠାରେ ଅଟକିବା କଥା ସେଠାରେ ନ ଅଟକି ଆଗକୁ ପଳାଇଥିଲା। ଏହି କାରଣରୁ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ ଦ୍ୱାର ନିକଟରେ ଠିଆ ହୋଇଥିବା ପ୍ରାୟ ୫ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି।

Comments are closed.