ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏ ଏସ୍ ଆଇ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଏ ଏସ ଆଇ ଅନିଲ କୁମାର ନାୟକ ଜଣେ ବ୍ୟକ୍ତିକୁ ଗାଡି ମୁକୁଳେଇବା ପାଇଁ ୫ ହଜାର ଟଙ୍କା ଜଣେ ଶୀତ କାଳୀନ ପୋଷାକ ତଥା କମ୍ବଳ ବ୍ୟବସାୟଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ ।

ଉକ୍ତ ଗାଡିବାଲା କମ୍ବଳ ବ୍ୟବସାୟଙ୍କୁ ୫ ହଜାର ଟଙ୍କା ଦେଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ ଗାଡିଚାଳକଙ୍କୁ ରଙ୍ଗ ବୋଳା ହୋଇଥିବା ଟଙ୍କା ଦିଆଯାଇଥିଲା। ଏହି ସମୟରେ ଭିଜିଲାନ୍ସ ଦଳ ଆସି ଜୟପୁର ପୁରୁଣା ଏସଡିପିଓ ଆବାସ ଗୃହ ନିକଟରେ ଥିବା କମ୍ବଳ ବ୍ୟବସାୟୀ ଙ୍କୁ ରଙ୍ଗବଳା ହୋଇଥିବା ଟଙ୍କାକୁ କେମିକାଲ୍ ପରୀକ୍ଷା କରି ରଙ୍ଗ ହତାରେ ବ୍ୟବସାୟୀଙ୍କୁ ଧରିଥିଲେ  |

ଧରିବା ସହିତ ଲାଞ୍ଚ ନେବାରେ ସଂମ୍ପୃକ୍ତ ଥିବା ଜୟପୁର ଟାଉନ୍ ଥାନା ଏ ଏସ୍ ଆଇ ଅନିଲ କୁମାର ନାୟକଙ୍କୁ ଜୟପୁର ଭିଜିଲାନ୍ସ ପକ୍ଷରୁ ପୁରୁଣା ଏସଡିପିଓ ଆବାସରେ ଚଡାହୁ କରି ଗରିଫ କରିଥିବା ଜଣାପଡିଛି। ଏହି ଘଟଣାରେ ଦୁଇ ଜଣ ସାକ୍ଷ୍ୟ ନିମନ୍ତେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣୀଙ୍କୁ ରଖିବା ସହିତ ପୋଲିସ ଏଏସ୍ଆଇ ଓ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.