ନିଆରା କଣ୍ଟାଫୋଡା ଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି ଘଟିଥିଲେ ମଧ୍ୟ ଏବିବି ଅନେକ ସ୍ଥାନରେ ଲୋକେ ଆସ୍ଥା ବିଶ୍ୱାସକୁ ନେଇ ଉଜ୍ବିବିତ କରି ରଖିଛନ୍ତି। ଆମ ସଂସ୍କୃତି ଏବଂ ଆମ ପରମ୍ପରା ରେ ଦିଅଁ ଦେବତାଙ୍କ ପ୍ରତି ଲୋକଙ୍କ ପ୍ରଘାଢ ବିଶ୍ୱାସ ଏବଂ ତାର ପୂଜନ ଏବେ ମଧ୍ଯ ଦେଖିବାକୁ ମିଳୁଛି। ଏଇଭଳି ଆସ୍ଥା ବିଶ୍ୱାସ କୁ ନେଇ କଣ୍ଟାଫୋଡା ଯାତ୍ରା କାଇଁ କେଉଁ ଆଦିମ କାଳରୁ ମହା ବିଶୁବ ପଣା ସଂକ୍ରାନ୍ତି ଅବସରର ପାଳନ ହୋଇ ଆସୁଛି।କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର କଣ୍ଟାଫୋଡା ଯାତ୍ରା ଏକ ନିଆରା ଅନୂଭୂତି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର ଗ୍ରାମ ଦେବତୀ ମା’ମଙ୍ଗଳାଙ୍କ ପିଠରେ କେଉଁ ଆଦିମ କାଳରୁ ଏହି କଣ୍ଟା ଫୋଡା ଯାତ୍ରା ପାଳିତ ହୋଇ ଆସୁଛି।

ସଂକ୍ରାନ୍ତି ପୂର୍ବଦିନ ଗ୍ରାମଦେବତୀ ଙ୍କ ନିକଟରେ ବିଞ୍ଚୁଣି ଓଷା ପାଳିତ ହୋଇଥାଏ, ସଂକ୍ରାନ୍ତି ରେ ଶ୍ରଦ୍ଧାଳୁ ମାନେ ଉପବାସ ବ୍ରତ ରଖି ନିଜ ପରିବାରର ତଥା ଅଞ୍ଚଳର ମଙ୍ଗଳ କାମନା କରି ଏହି ଓଷା ପାଳନ କରିଥାନ୍ତି। ସକାଳୁ ମା ଙ୍କୁ ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଭୋଗ ଲଗାଇଥାନ୍ତି। ମା କାଳୀସି ରୂପରେ ଆବିର୍ଭାବ ହୋଇ ଭକ୍ତ ମାନଙ୍କ ସମସ୍ୟାର ସମାଧାନ ବାଟ କହିଥାନ୍ତି। ବିଶ୍ୱାସ ଅଛି ଯିଏ ଯାହା ମାନସିକ କରି ଓଷା କରିଥାଏ ମା ତାହାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହି ଓଷାର ମୁଖ୍ୟ ଆକର୍ଷଣ ହେଲା କଣ୍ଟା ଫୋଡା କାର୍ଯ୍ୟକ୍ରମ। ବିଭିନ୍ନ ବେଶରେ ସଜ୍ଜିତ ହୋଇ ପାଟୁଆ ମାନେ ଦିନବେଳା ନିଜ ଜିଭରେ ଓ ରାତିରେ ପିଠିରେ କଣ୍ଟା ଫୋଡି ଗ୍ରାମ ପରିକ୍ରମା କରିଥାନ୍ତି। ଏହା ସଭ୍ଯ ସମାଜ ପାଇଁ ଗ୍ରହଣୀୟ ହୋଇ ନଥିଲେ ମଧ୍ଯ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଏଥିରେ ଭରି ରହିଥିବାରୁ ଅନେକ ଶ୍ରଦ୍ଧାଳୁ ନିଜର ଜିଭ ଏବଂ ପିଠିରେ କଣ୍ଟା ଫୋଡି ମା’ଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥାନ୍ତି। କେବଳ କେଶଦୁରାପାଳ ଗ୍ରାମବାସୀ ନୁହେଁ ଆଖ ପାଖ ୧୫ ଟି ଗ୍ରାମର ଶ୍ରଦ୍ଧାଳୁ ମାନେ ଆସି ଏ ଯାତ୍ରାରେ ସାମିଲ ହୋଇଥାନ୍ତି। ବିଶ୍ୱାସ ଅଛି ପଣା ସଂକ୍ରାନ୍ତି ପୂର୍ବଦିନ ଏଠାରେ ମାନସିକ କରି ବିଞ୍ଚୁଣି ଓଷା କରିଲେ ଡିଆଁ ରୋଗ ବିଇଚି,କାଛୁ କୁଣ୍ଡିଆ ପ୍ରଭୁତି ଚର୍ମ ରୋଗ ହୋଇନଥାଏ , ଏବଂ କଣ୍ଟା ଫୋଡିଲେ ନିଜର ମଙ୍ଗଳ ହେବା ସହ ସପରିବାରର ଖୁସି ଭରିଯାଏ ।

ଶ୍ରଦ୍ଧାଳୁଙ୍କ ଏହି କଷ୍ଟ ଦାୟକ ବ୍ରତ ବା ଓଷା ବିଜ୍ଞାନ ର ସହମତି ନଥିଲେ ମଧ୍ୟ ବିଶ୍ୱାସ ଓ ଶ୍ରଦ୍ଧାଳୁଙ୍କ ଆସ୍ଥା ନିକଟରେ ବିଜ୍ଞାନ ଏଠି ହାର ମାନିଛି। ଏହି ଓଷା ଦେଖିବାକୁ ଆଖପାଖରୁ ଅଞ୍ଚଳରୁ ଶହଶହ ସଂଖ୍ଯାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥାନ୍ତି ।ପଣାସଂକ୍ରାନ୍ତି ଅବସରର ମା’ ମଙ୍ଗଳା ପିଠ ଲୋକାରଣ୍ଯ ହୋଇ ଉଠେ ।ଆବାଳ ବୃଦ୍ଧ ବନିତା ଙ୍କ ସମାଗମ ଏବଂ ଘଣ୍ଟ ହରିବୋଲ ଢୋଲ ମାଦଳ ତାଳେତାଳେ ପାଟୁଆ ମାନେ କାଳିସୀ ହୋଇ ଗ୍ରାମ ପରିକ୍ରମା କରିଥାନ୍ତି ।ଏହି ଦୃଶ୍ଯ ନିଆରା ।ଏଠି ଶ୍ରଦ୍ଧାଳୁ ମାନେ ନିଜର ମାନସିକ ବ୍ରତ ପାଳନ ବେଳେ ସବୁ କଷ୍ଟ ଭୁଲି ଯାଇଥାନ୍ତି । କୋରନା କଟକଣା ଯୋଗୁଁ ଦୁଇବର୍ଷ ହେବ ଏହି ଯାତ୍ରା ବନ୍ଦ ଥିଲା ଏବର୍ଷ କଟକଣା କୋହଳ ଥିବାରୁ ବଡ଼ ଧୁମଧାମରେ ଏହି ଯାତ୍ରା ପାଳନ କରାଯାଇଛି। ବିଜ୍ଞାନ ର ସହମତି ନଥିଲେ ମଧ୍ୟ ବିଶ୍ୱାସ ର ଏହି ଓଷା ଆଖପାଖରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

Leave A Reply

Your email address will not be published.