ମା ଖଣ୍ଡୁରୀ ପୀଠରେ ଚଇତି ମେଳା ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଦନା ଗ୍ରାମର ମା ଖଣ୍ଡୁରୀ ପୀଠରେ ୧୫ ତମ ବାର୍ଷିକ ଚଇତି ମେଳା ପଣା ସଂକ୍ରାନ୍ତି ଦିନ ଠାରୁ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଅଛି | ଏହି ମେଳା ୭ ଦିନ ଧରି ଚାଲିବ ,ସଂକ୍ରାନ୍ତି ଦିନ ପ୍ରଭାତରୁ ଗ୍ରାମର ମୂଖ୍ୟ କର୍ତ୍ତା ଧନେଶ୍ୱର ମହାରଣା ପୋଖରୀ ରୁ ଜଳକଳସ ଆଣି ପୀଠରେ ସ୍ଥାପନ କରିଥିଲେ | ମା ଙ୍କ ନିତ୍ୟ ପୂଜକ ଦେହୁରୀ ମୁଟୁ ଗୁମାନ ମାଙ୍କୁ ସ୍ନାନାଦି ପରେ ପୂଜା ଆରମ୍ଭ କରି ପଣା ଲାଗି କାର୍ଯ୍ୟ ସମ୍ପାଦନ କରିଥିଲେ ‌।

ଦେହୁରୀ ବାବୁଲି ଗୁମାନ, ବୁଟୁ ଗୁମାନ, ପଦନ ଗୁମାନ, ଓ ଚନ୍ଦରା ଗୁମାନ ଭକ୍ତ ମାନଙ୍କର ଭୋଗ ଲଗାଇଥିଲେ ,ବ୍ରାହ୍ମଣ ଗୋପାଳ ନନ୍ଦ ଯଜ୍ଞ କାର୍ଯ୍ୟ ଆରମ୍ଭ କରିଥିଲେ ,ବଡପଦନା ଗ୍ରାମ ସହିତ ସୁଆଁପଦା, ସାନପଦନା,ରାମଚନ୍ଦ୍ରପୁର, ଗୋଦରାପାଳ, ଓସ୍ତପାଳ, ଆଇଚିପୁର ଓ କଡମା, ନୁଆ ଗାଁ, ଜରଦା, ଆଦି ଗ୍ରାମର ମହିଳା ଭକ୍ତ ମାନେ ମାଙ୍କ ପୀଠକୁ ଆସି ଦୀପଜାଳି ଭୋଗ ଲଗାଇ ମନସ୍କାମନା ରଖିଥିଲେ | ମନସ୍କାମନା ପୁରଣ ହେଲେ ମା ଖଣ୍ଡୁରୀ ଙ୍କ ଠାରେ ମାଟି ଘୋଡ଼ା ଦେଇ ପୁଜା କରନ୍ତି। ଗ୍ରାମବାସୀ ଙ୍କ ପକ୍ଷରୁ ସମସ୍ତଙ୍କୁ ଦହି ପଣା ସହିତ ଅନ୍ନ ଖେଚୁଡ଼ି ବଣ୍ଟନ କରାଯାଇଥିଲା |

ଚଳିତ ବର୍ଷ ମେଳା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ପ୍ରତ୍ୟେକ ସନ୍ଧ୍ୟାରେ ଭଜନ, ଓଡ଼ିଶୀ ନୃତ୍ୟ, ମେଲୋଡି, ଡ୍ୟାନ୍ସଡ୍ୟାନ୍ସ କାର୍ଯ୍ୟକ୍ରମ ପରିବେଷଣ କରିବ । ମେଳାରେ ମିନା ବଜାର ସହିତ, ଦୋଳି, ଫାଷ୍ଟଫୁଡ଼ ଷ୍ଟଲ, ବିଭିନ୍ନ ପ୍ରକାର ଷ୍ଟେସନାରୀ ଦୋକାନ ସହିତ ଘରକରଣା ଦୋକାନ ଲାଗିଛି | ଦର୍ଶକ କିପରି ଶାନ୍ତିଶୃଙ୍ଖଳା ର ସହିତ ମେଳା ର ଭରପୂର ମଜ୍ଜା ନେବେ ସେଥିପାଇଁ ବଡପଦନା ଗ୍ରାମବାସୀଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି ।

Leave A Reply

Your email address will not be published.