ଭାଲୁକା ଗ୍ରାମରେ ପ୍ରଥମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଧଗୋଡ଼ା ପଞ୍ଚାୟତ ର ଭାଲୁକା ଗ୍ରାମରେ ପ୍ରଥମ ବାର୍ଷିକ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି‌। ତିନି ଦିନ ଧରି ଆୟୋଜିତ ପୁଜା କାର୍ଯ୍ୟକ୍ରମକୁ ମୁଖ୍ୟ ପୁଜକ ସତ୍ୟ ସୁନ୍ଦର ମିଶ୍ର, ଗୁରୁ ସନ୍ତୋଷ ରଥ, ଆଶିଷ ମିଶ୍ର, ମନୋରଞ୍ଜନ ତ୍ରିପାଠୀ,ଦେବାଶିଷ ମିଶ୍ର , ରବିନ୍ଦ୍ର ପାଢ଼ୀ ଙ୍କ ମନ୍ତ୍ରପାଠ ମାଧ୍ୟମରେ ହନୁମାନଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ମହାଯଜ୍ଞରେ କର୍ତ୍ତା ଭାବରେ ଗ୍ରାମର ଶ୍ରଦ୍ଧାଳୁ ଅନ୍ତର୍ଯ୍ୟାମୀ ଭଞ୍ଜ, ସ୍ତ୍ରୀ ଲିପ୍ସା ରାଣୀ ଭଞ୍ଜ, ଲାଲ ପ୍ରସାଦ ଭଞ୍ଜ, ସ୍ତ୍ରୀ ରଶ୍ମିତା ଭଞ୍ଜ, ଶିବାଶିଷ ଜେନା, ସ୍ତ୍ରୀ ପ୍ରଭାତଲକ୍ଷ୍ମୀ ଜେନା, ପ୍ରଫୁଲ୍ଲ ଜେନା, ସ୍ତ୍ରୀ ରଞ୍ଜିତା ଜେନା, ଜଗନ୍ନାଥ ଜେନା ସ୍ତ୍ରୀ ଝରଣା ଜେନା ପ୍ରମୁଖ ସଂକଳ୍ପ ରେ ବସି ପୂଜା କାର୍ଯ୍ୟକୁ ସମ୍ପାଦନ କରିଥିଲେ। ଶୁକ୍ରବାର ଦିନ ଅଙ୍କୁରାରୋପଣ ଓ ଅଧିବାସ କର୍ମ ଶନିବାର ପ୍ରଭାତ ରୁ ଗ୍ରାମର ପୁଷ୍କରିଣୀ ରୁ କଳସ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି କଳସ ସ୍ଥାପନା ହେବାପରେ ସୁର୍ଯ୍ୟ ପୁଜା ଗୋ ପୁଜା ଓ ଉପଚାର ପୁଜା ଅନୁଷ୍ଠିତ ହୋଇଥିଲା।

ରବିବାର ମହାବିଷୁବ ସଂକ୍ରାନ୍ତି ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦିତ ହୋଇଥିଲା।ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପ୍ରତୋକ ଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମକୁ ସମସ୍ତ ପ୍ରକାରର ସହଯୋଗ କରିଥିଲେ ।

Leave A Reply

Your email address will not be published.