ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସଂଖ୍ୟକ ଭୋଟ ର ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି କର୍ତ୍ତିକେୟନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟର ନିଜର ମତ ସାବ୍ୟସ୍ତ କରିବା ଅଧିକାରକୁ ଅଭିନବ ଉପାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା ମାଧ୍ୟମରେ ଆହ୍ବାନ ଦିଆଯାଇଛି। ଯାହା ସମସ୍ତ ଭୋଟରଙ୍କ ପାଇଁ ଏକ ପ୍ରେରଣା। ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ତଥା ରାଜ୍ୟର ଉଚ୍ଚତମ ଶୃଙ୍ଗ ପର୍ଯ୍ୟଟନ ସ୍ଥଳୀ ଦେଓମାଳି ଶିଖରରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରଠାରୁ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ପ୍ରଶାସନ ନିଜ ନିଜ ଅଞ୍ଚଳରେ ଭୋଟରଙ୍କୁ ମତଦାନର ମହାନତା ଓ ମୂଲ୍ୟ ସମ୍ପର୍କରେ ସଚେତନତା କରାଇ କାର୍ଯ୍ୟକ୍ରମ ଜାରି ରଖିଥିଲେ।

ଭୋଟରଙ୍କୁ ସଚେତନତାର ଅନ୍ତିମ ଦିନରେ ଜିଲ୍ଲାପାଳ ଭି. କର୍ତ୍ତିକେୟନଙ୍କ ଅଧ୍ୟକ୍ଷତାରେ ଏହି ଅଭିନବ ପ୍ରୟାସ ମାଧ୍ୟମରେ ଦେଓମାଳି ପର୍ବତ ଉପରେ ଜିଲାର ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ସ୍ଥାନୀୟ କଲେଜ ଛାତ୍ରୀଛାତ୍ର ଓ ଥୁରିଆ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଏକତ୍ରିତ ହୋଇ ନିର୍ବାଚନରେ କିପରି ନିଜ ନିଜର ମତଦାନ ସାବ୍ୟସ୍ତ କରି ଦେଶର ସମ୍ମାନ ବଜାୟ ରଖିବା ବାର୍ତ୍ତା ଲେଖି ଭୋଟରଙ୍କୁ ସଚେତନତାର ଆହ୍ବାନ ଦେଇଥିଲେ |

Leave A Reply

Your email address will not be published.