କୋରାପୁଟ ଜିଲ୍ଲାରେ ପାହାଡରେ ଅଗ୍ନୀ ତାଣ୍ଡବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାହାଡରେ ନିଆଁକୁ ଆୟତ କରିବାରେ ଫେଲ ବନ ବିଭାଗ। କଟିୟା ଠାରୁ ଆରମ୍ଭ କରି ବନ୍ଧୁଗାଁ ବ୍ଲକ୍ ପର୍ଯ୍ୟନ୍ତ। କୋରାପୁଟ ଜିଲ୍ଲା ସୁନ୍ଦର ପରିବେଶ। ଏ କଥା ଶାରା ଓଡ଼ିଶା ବାସୀ ଜାଣନ୍ତି। ସୁନ୍ଦର ବନ ପାହାଡ ସବୁ ଜିମା ରେ ପରିପୂର୍ଣ ଥିଲା କୋରାପୁଟ। ହେଲେ ଦେଖନ୍ତୁ ଜିଲ୍ଲାର 14ବ୍ଲକ ରୁ କିଛି ବ୍ଲକ୍ ର ସୀମାନ୍ତ ଅଞ୍ଚଳର ପାହାଡ ଉପରେ ନଗ୍ନ ଚିତ୍ର।

ସୁନ୍ଦର ପରିବେଶ କୁ ଦୁବୃର୍ତ୍ତ ମାନେ ନିଆ ଲଗାଇ ଝାରାଖାର କରିଦେଇଉନ୍ତି। ଦୀନ ନା ରାତି 24ଘଣ୍ଟା ରେ କୋରାପୁଟ ଜିଲ୍ଲାର ସୀମାନ୍ତ ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ କଣ୍ଡାନା ପାହାଡ, ନାରାୟଣ ପାଟଣା ବ୍ଲକ ର ବିଜାଘାଟି ପାହାଡ, କୋରାପୁଟ ବ୍ଲକ ଦାମୋଞ୍ଜୋଡ଼ି ନାରାୟଣ ପାଟଣା ମଧ୍ଯ ଅଞ୍ଚଳ ପାହାଡ, ଜୟପୁର ବରିଗୁମା ବନ ଖୋଣ୍ଡ ର ରାଙ୍ଗି ଗ୍ରାମ ର ପାହାଡ,ଡଙ୍ଗର କର୍ଚି ପାହାଡ, କେନାଲ ପାର୍ଶ୍ଵ ପାହାଡ ବାଲିୟା ଗୁଡ଼ା ଗ୍ରାମ ପଛ ପାହାଡ,ମେର୍ଦ୍ଧା ମାଳ ପାହାଡ, ରଣଶ ପୁର ପାହାଡ, କୋରାପୁଟ ବରିଗୁମା ବନଖଣ୍ଡା ଅଞ୍ଚଳ ରାଣୀଗୋଡୋ ପାହାଡ ଏବଂ ପଟାଙ୍ଗି ବନ ଅଞ୍ଚଳ ପାହାଡ ର କୋଟିୟା ଅଞ୍ଚଳ ପାହାଡ ପାଉଁଶ ହୋଇଗଲା।

ସୁନ୍ଦର ପ୍ରକୃତି କୁ ସମ୍ଭାଳିବା ପାଇଁ ଏବେ କୋରାପୁଟ ବନ ବିଭାଗ ପାଖୋରେ ବଳ ନଥିବା ଭଳି ପ୍ରମାଣ ହେଉଛି ଅଭଳୀ ହୁ ହୁ ହୋଈ ଜଳୁଥିବା ପାହାଡ ର ଚିତ୍ର।କୋରାପୁଟ ଜିଲ୍ଲାରେ ଚଳିତ ମାସ ରୁ ଆଜି ସୁଦ୍ଧା 160ରୁ ଉର୍ଦ୍ଧ ସ୍ଥାନରେ ଲାଗିସାରିଲା ନିଆ। ବୋନ ବିଭାଗ ଅଧିନରେ ଥିବା ସମସ୍ତ କର୍ମଚାରୀ ଜଗୁଆଳି ହେଲେ ପାହାଡ ବଞ୍ଚିବ। ନୋଚେତ ଦୂର୍ବୁତ ମାନେ କୋରାପୁଟ ଜିଲ୍ଲା ଭଳି ସୁନ୍ଦର ପରିବେଶ କୁ ଧୂଳିସାତ କରି ଜଳବାୟୁ ପରିବର୍ତ୍ତନ ହେଇଯିବ ।ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମୀକ୍ଷା କରିବାର ଆବଶ୍ୟକ ରହିଛି।

Leave A Reply

Your email address will not be published.