ଅବସର ପକ୍ଷରୁ ରାଜ୍ୟ ସ୍ତରୀୟ ବିଷୁବ ମିଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବସର ପକ୍ଷରୁ ରାଜ୍ୟ ସ୍ତରୀୟ ବିଷୁବ ମିଳନ।  ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅବସର ସାହିତ୍ୟ ଅନୁଷ୍ଠାନ ପକ୍ଷ ରୁ ରାଜ୍ୟ ସ୍ତରୀୟ ବିଷୁବ ମିଳନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି।

ସ୍ବର୍ଗତ ବନମାଳୀ ବାରିକ୍ ଙ୍କ ପ୍ରତିଷ୍ଠା ରେ ହୋଇଥିବା ଏହି ଅନୁଷ୍ଠାନ ରେ ବିଷୁବ ମିଳନ କାର୍ଯ୍ୟ କର୍ମ ରେ ତାଙ୍କ ପୁତ୍ର ପାର୍ଥ ସାରଥି ବାରିକ୍ ଓ ସୂର୍ଯ୍ୟ ସାରଥୀ ବାରିକ୍ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ଉଦ୍ ଘାଟକ ଭାବ ରେ ନିର୍ମଳ ଚନ୍ଦ୍ର ବେହେରା ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରବି ନାରାୟଣ ସେନାପତି ସମ୍ମାନିତ ଅତିଥି ଭାବେ ସନାତନ ପୂରି, ପଦ୍ମନାଭ ଦାସ, କିଶୋର ମହାପାତ୍ର, ସୁଧାଂଶୁ ଶେଖର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ରତ୍ନାକର ବାରିକ୍ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ଙ୍କ ସଭାପତିତ୍ବ ରେ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା ।

ଏହି ଅବସର ରେ ଅବସର ସାରସ୍ଵତ ପ୍ରତିଭା ସମ୍ମାନ ଭାବେ ରତ୍ନାକର ବାରିକ୍, ବନମାଳୀ ବାରିକ୍ ସ୍ମୃତି ସମ୍ମାନ ଭାବେ ଧନେଶ୍ଵର ରାଉତ, ଶିକ୍ଷା ସମ୍ମାନ ଭାବେ ପୂର୍ଣ୍ଣଚନ୍ଦ୍ର ମହାଳିକ, ସେବା ସମ୍ମାନ ଭାବେ ପଦ୍ମନାଭ ଦାସ, କଥା ସାହିତ୍ୟ ସମ୍ମାନ ଭାବେ କମଳାକାନ୍ତ କର ଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସର ରେ ବିଷୁବ କବିତା ଆସର୍ ଅନୁଷ୍ଟିତ ହୋଇ ଯାଇଛି। ଶିକ୍ଷାବିତ୍ ଯାମିନି କାନ୍ତ ପାଢ଼ୀ, ସୂର୍ଯ୍ୟମଣି ଶତପଥୀ, ଧନେଶ୍ଵର ରାଉତ, କମଳା କାନ୍ତ କର, ଗୟାଧର ଦାସ, ଶାନ୍ତି ଲତା ପଣ୍ଡା, ସୁଧାଂଶୁ ଜେନା ଙ୍କ ସହ ବହୁ ସାହିତ୍ୟିକ କବି, ଶିକ୍ଷାବିତ୍ ଯୋଗ ଦେଇଥିଲେ।

Leave A Reply

Your email address will not be published.