ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଶୋକ ଦାସ ହେଲେ ବାସୁଦେବପୁର କଂଗ୍ରେସ ପ୍ରାର୍ଥୀ। ଏଥର ବାସୁଦେବପୁର ରେ ପରିବର୍ତ୍ତନ କହିଲେ ସମର୍ଥକ | ରବିବାର ରାତି ରେ କଂଗ୍ରେସ ପକ୍ଷ ରୁ ବିଧାନ ସଭା ନିର୍ବାଚନ ପାଇଁ ଅନେକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି।
ଏହି କ୍ରମ ରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ତଥା ବାସୁଦେବପୁର କଂଗ୍ରେସ ନେତା ଅଶୋକ କୁମାର ଦାସ ଙ୍କ ନାମ ଘୋଷଣା କରାଯାଇଛି। ନାମ ଘୋଷଣା ପରେ ବାସୁଦେବପୁର ରେ କଂଗ୍ରେସ କର୍ମୀ ଙ୍କ ମଧ୍ୟ ରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି। ଚଳିତ ନିର୍ବାଚନ ରେ ଅନେକ ସମସ୍ୟା କୁ ପ୍ରମୁଖ ଭାବ ରେ ନେଇ ଭୋଟର ଙ୍କ ପାଖ କୁ ଯିବେ, ବାସୁଦେବପୁର ର ଜନ ସାଧାରଣ ଏଥର ପରିବର୍ତ୍ତନ ଚାହୁଁଛନ୍ତି ବୋଲି କଂଗ୍ରେସ କର୍ମୀ ଓ ସମର୍ଥକ ମାନେ କହିଛନ୍ତି।
ମୋତେ ପୁଣି ଥରେ ଭରଷା କରି ବାସୁଦେବପୁର ରେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଏଆଇସିଶି ସଭାପତି, ସମସ୍ତ ଉପରିସ୍ଥ ସଦସ୍ୟ, ରାଜ୍ୟ କଂଗ୍ରେସ ସଭାପତି ଓ ସମସ୍ତ କଂଗ୍ରେସ ର ଉପରିସ୍ଥ କର୍ମ କର୍ତ୍ତା ଓବାସୁଦେବପୁର ଜନ ସାଧାରଣ ଙ୍କୁ ବହୁତ୍ ବହୁତ ଧନ୍ୟବାଦ ଅର୍ପଣ କରୁଛି ବୋଲି ଅଶୋକଦାସ କହିଛନ୍ତି।