ମହାବୀର ହନୁମାନଙ୍କ ଜନ୍ମୋତ୍ସଵରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାବୀର ହନୁମାନଙ୍କ ଜନ୍ମୋତ୍ସଵ ପାଇଁ ହିନ୍ଦୁ ଧର୍ମର ତିନି ବଳିଷ୍ଠ ସଙ୍ଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓ ଧର୍ମ ରକ୍ଷା ସେନା ପକ୍ଷରୁ ପାଳିତ ହୋଇଛି ପଣା ସଂକ୍ରାନ୍ତି ଓ ସଙ୍କଟ ମୋଚନଙ୍କ ଜନ୍ମ ଜୟନ୍ତୀ।ଅନ୍ୟପଟେ ଆଜି ହେଉଛି ଓଡ଼ିଆ ନୂଆବର୍ଷ।

ଭକ୍ତ ଶ୍ରେଷ୍ଠ ପବନ ନନ୍ଦନଙ୍କ ଜନ୍ମୋତ୍ସଵ ପାଳନ ହେଉଥିବାରୁ ଚଳଚଞ୍ଚଳ ସାରା ରାଜ୍ୟ ସମେତ କେନ୍ଦ୍ରାପଡା ଜିଲ୍ଲା।ଚୈତ୍ର ମାସ ଶୁକ୍ଳ ପକ୍ଷ ସଂକ୍ରାନ୍ତି ତିଥିରେ ପଡୁଥିବା ଏହି ମହାପର୍ବ ପାଳନ ପୂର୍ବକ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର ଅନ୍ୟୁନ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ କେନ୍ଦ୍ରାପଡ଼ା ସହର ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିରରୁ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ସହ ମୋଟର ସାଇକେଲ ଓ ପାଦରେ ଚାଲି ଚାଲି ଶୋଭାଯାତ୍ରାରେ ବାହାରି କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ।

ଏହି ଶୋଭାଯାତ୍ରାକୁ ସ୍ମରଣୀୟ କରାଇବା ଏହାକୁ “ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା” ନାମକରଣ କରାଯାଇଥିବା ହନୁମାନ ଜନ୍ମ ଓଡ଼ିଆ ନୂଆବର୍ଷ କୁହାଯାଏ।ସେହିପରି ଏହି ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଗତରାତିରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ଅତିରିକ୍ତ ଏସପି,୬ଜଣ ଡ଼ିଏସପିଙ୍କ ସମେତ ଜିଲ୍ଲାର ସମସ୍ତ ଆଇଆଇସିଙ୍କୁ ନିଯୁକ୍ତ କରାଯାଇଥିଲା।ସେହିପରି ଏକଜେକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ୪ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା

Leave A Reply

Your email address will not be published.