ନିର୍ବାଚନ ପୂର୍ବରୁ ଜିଲ୍ଲା କଂଗ୍ରେସର କର୍ମୀ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର କର୍ମୀ ସମ୍ମିଳନୀ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲ ଉପ-ସଭାପତି ଫକୀର ଚରଣ ଖଟୁଆଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସହର କଜଳା ଠାରେ ଥିବା କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ମସ୍ଚ୍ୟଯିବି କମିଟର ଅଧ୍ୟକ୍ଷ ହଳଧର ସେଠି,ପୂର୍ବତନ ବାରୋ ସରପଞ୍ଚ ଭାଗିରଥି ଜେନା, ସନ୍ତୋଷ କୁମାର ବେହେରା,ନିରଞ୍ଜନ ପରିଡା,ପୂର୍ବତନ କେନ୍ଦ୍ରାପଡ଼ା ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରାଜ୍ୟ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ବିଦୁ ଭୂଷଣ ମହାପାତ୍ର, ଧରଣୀଧର ସୁଆର,ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ପଣ୍ଡା,ସନ୍ଧ୍ୟାରାଣୀ ରାଉତ,ଅଶୋକ ମୋହନ ଜେନା, ଜିଲ୍ଲା କଂଗ୍ରେସ ଶିକ୍ଷକ ନେତା ଭ୍ରମର ରାଉତ,ପୂର୍ବତନ ଜିଲ୍ଲା କଂଗ୍ରେସ ଉପ ସଭାପତି ରଶ୍ମି ଚୌଧୁରୀ,ଛାତ୍ର କଂଗ୍ରେସ ସଭାପତି ଉମେଶ ପାଢ଼ୀଙ୍କ ସମେତ ଜିଲ୍ଲା କଂଗ୍ରେସର ବହୁ କର୍ମୀ ଯୋଗଦେଇ ଥିଲେ।

ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସ ଛାଡି ବିଜେଡି ରେ ଯୋଗଦେବା ପରେ କଂଗ୍ରେସ ଦ୍ରୁବଳ ହୋଇ ନାହିଁ ବରଂ ଗଣେଶ୍ୱର ଥିବା ବେଳେ କଂଗ୍ରେସ ଖରାପ ପଦର୍ଶନ କରୁଥିଲା ଏବେ ଗଣେଶ୍ୱର ଯିବା ପରେ କଂଗ୍ରେସ ଦଳ ସଂଗଠିତ ହୋଇ ସୃଦୃଢ଼ ହୋଇଥିବା ନେଇ କଂଗ୍ରେସ ନେତା ହଳଧର ସେଠି ତାଙ୍କ ବକ୍ତବ୍ୟରେ କହିଥିଲେ।ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ କଂଗ୍ରେସ ଏକଜୁଟ ହୋଇ ଗଣେଶ୍ୱର ଙ୍କୁ କେନ୍ଦ୍ରାପଡ଼ା ମାଟିରେ ହରାଇବା ପାଁଇ ଶପଥ ନେଇଛନ୍ତି କର୍ମୀମାନେ।୨୦୨୪ ସାଧାରଣ ନିର୍ବାଚନରେ ଦଳର ରଣନୀତି ଓ ୯ ଟି ଗ୍ୟାରେଣ୍ଟିକୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ।ପ୍ରତି ପଞ୍ଚାୟତ ଏବଂ ବୁଥ ସ୍ତରରେ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ କଂଗ୍ରେସ କୁ ଜିତାଇବା ପାଁଇ ଦୃଢ଼ ସଂକଳ୍ପ ନେଇଥିଲେ।ଏହି କର୍ମୀ ସମ୍ମିଳନୀରେ କଂଗ୍ରେସ ସହିତ ଦୀର୍ଘ ଦିନ ଧରି କାମ କରି ଆସୁଥିବା କିଛି କର୍ମକର୍ତ୍ତାଙ୍କ ମନୋବଳ କୁ ଦୃଢ଼ କରିବା ପାଁଇ ମଞ୍ଚାସିନ ଅତିଥିଙ୍କୁ ଛାତ୍ର କଂଗ୍ରେସ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଦୁଇ ପ୍ରମୁଖ ଦଳକୁ ଏଥର କଂଗ୍ରେସ କଡା ଟକ୍କର ଦେବ ବୋଲି ମଞାସୀନ ଅତିଥିମାନେ କହିଛନ୍ତି।

Leave A Reply

Your email address will not be published.