ୟୁଥ୍ ଫର୍ ଆକ୍ସନ ତରଫରୁ ମନ୍ତ୍ରୀଙ୍କ ବାସଭବନ ଘେରାଉ ଚେତାବନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଓଡ଼ିଶାର ସର୍ବ ବୃହତ୍ ଯୁବ ଅଣ ରାଜନୈତିକ ସଂଗଠନ “ୟୁଥ୍ ଫର୍ ଆକ୍ସନ” ତରଫ ରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି। ଆସନ୍ତା  ୧୬/୧୧/୨୦୨୨ ଦିନ ସଂଗଠନ ତରଫରୁ ଓଡିଶା ର ଶିଳ୍ପ ମନ୍ତ୍ରୀ ଙ୍କ ବାସଭବନ ଘେରାଉ ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାର କାର୍ଯକ୍ରମ ରହିଛି। ଆଜି ଓଡ଼ିଶା ର ଯୁବକଙ୍କର ବେକାରୀ ସମସ୍ୟା ଏବଂ ଦାଦନ ସମସ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି।ଓଡ଼ିଶାର ଶିଳ୍ପାନୁଷ୍ଠାନ ଗୁଡିକରେ ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି ମିଳୁନାହିଁ। ଶିଳ୍ପାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା MOU କୁ କୌଣସି କମ୍ପାନୀ ଆଦୌ ପାଳନ କରୁ ନାହାନ୍ତି ଯାହା ଫଳ ରେ ଓଡ଼ିଶା ରେ ଥିବା ଶିଳ୍ପାନୁଷ୍ଠାନ ରେ ଓଡ଼ିଆ ପୁଅଙ୍କ ଭାଗିଦାରୀ ଆଖିଦୃଶିଆ ହୋଇ ପାରୁନାହିଁ । ବିଗତ ସମୟରେ ବିଭିନ୍ନ ସଂଗଠନ ଏହି ପ୍ରମୁଖ ସମସ୍ୟା କୁ ନେଇ ପ୍ରତିବାଦ କରିବା ସତ୍ତ୍ୱେ ଓଡିଶା ର ସ୍ଥାଣୁ ସରକାର ଓଡ଼ିଆ ଯୁବକଙ୍କ ଭବିଷ୍ୟତ କୁ ନେଇ ଆଦୌ ଚିନ୍ତିତ ନାହାନ୍ତି।

ଓଡିଶା ସରକାର Make in Odisha ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ କେବଳ ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଏହାର କୌଣସି ଲାଭ ଓଡ଼ିଆ ଯୁବକ ପାଇ ପାରୁନାହାଁନ୍ତି। ସେଥିପାଇଁ ୟୁଥ୍ ଫର୍ ଆକ୍ସନ ସରକାରଙ୍କ ଠାରେ ଦାବି କରିଆସୁଛି କି ସରକାର ଶିଳ୍ପାନୁଷ୍ଠାନ ଗୁଡିକ ସହ କରିଥିବା ଚୁକ୍ତିନାମା କୁ ତୁରନ୍ତ ଲାଗୁ କରନ୍ତୁ। ତେବେ ଶିଳ୍ପାନୁଷ୍ଠାନ ଗୁଡିକ ଚୁକ୍ତିନାମା କଲା ସତ୍ବେ ଓଡ଼ିଆ ପିଲାଙ୍କୁ ପ୍ରାଧାନ୍ୟ ନ ଦେଇ ବାହାର ରାଜ୍ୟ ଲୋକଙ୍କୁ ପ୍ରାଧାନ୍ୟ ଦେବା ର ଏକ ପ୍ରମୁଖ କାରଣ ହେଉଛି ଯେ ତାଙ୍କୁ କୌଣସି ଜିନିଷ ର ଭୟ ନାହିଁଯାହା ଫଳରେ ସେମାନେ ନିଜେ କରିଥିବା ଚୁକ୍ତିନାମା କୁ ନିଜେ ଲାଗୁ କରୁ ନାହାନ୍ତି। ଚୁକ୍ତିନାମା ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ଶିଳ୍ପାନୁଷ୍ଠାନ ଗୁଡିକ Unskilled Labour ଏବଂ Semi Skilled 90%, Skilled 60% ଆଉ Managerial ରେ 30% ପଦବୀ ରେ କେବଳ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବେ।ସେଇଥି ପାଇଁ ଆମେ ଦାବି କରୁଛୁ ଯେ ଓଡ଼ିଶା ସରକାର ଆଗାମୀ ବିଧାନସଭା ଅଧିବେଶନ ରେ ଗୋଟେ ନୂତନ ନିଯୁକ୍ତି ଆଇନ ପ୍ରଣୟନ କରନ୍ତୁ ଯେଉଁଥିରେ ଓଡ଼ିଶା ରେ ରହିଥିବା ସମସ୍ତ ଶିଳ୍ପାନୁଷ୍ଠାନ ଗୁଡିକରେ ରେ ୮୦% ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତି ସଂରକ୍ଷିତ ରହିବ ଓ ଯେଉଁ ଶିଳ୍ପାନୁଷ୍ଠାନ ଏହି ଆଇନ ର ଉଲ୍ଲଙ୍ଘନ କରିବ ତାଙ୍କ ଉପରେ କଠୋର ଦଣ୍ଡ ର ପ୍ରାବଧାନ କରନ୍ତୁ।

ବିଗତ ଦିନରେ Youth For Action ତରଫରୁ ଏହି ଦାବି କୁ ନେଇ ପ୍ରଥମେ ରାଜ୍ୟପାଳ ଙ୍କୁ ଭେଟି ଦାବି ବିଷୟରେ ଆଲୋଚନା କରିଥିଲୁ ଏହାପରେ ଓଡିଶା ସବୁ ଜିଲ୍ଲା ଜିଲ୍ଲାପାଳ ଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କଲୁ।ଏହାପରେ ହଜ଼ାର ହଜ଼ାର ଯୁବଙ୍କ ଙ୍କୁ ନେଇ ସମ୍ବଲପୁର RDC କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଥିଲୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏହି ଦାବି କୁ ନେଇ ଆଦୌ ଚିନ୍ତା କରୁନାହାନ୍ତି ତେଣୁ ଆମେ ସରକାର ଙ୍କ ଏହି ବିଭାଗ ସମ୍ବନ୍ଧୀତ ମନ୍ତ୍ରୀ ମାନଙ୍କ ବାସଭବନ ଘେରାଉ କରି ତାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବୁ।
ଯଦି ସରକାର ଏହା ଉପରେ ଗୁରୁତ୍ଵ ନ ଦୀୟନ୍ତି ତା ହେଲେ ଆଗାମୀ ଦିନରେ YFA ସାରା ଓଡ଼ିଶା ରେ ଏହା କୁ ନେଇ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓଲ୍ହାଇବ। ସାମ୍ବାଦିକ ସମ୍ମିଳନୀ ରେ Youth For Action ର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ, ରାଜ୍ୟ ସହ ସଂଯୋଜକ ସୁଜିତ୍ ସିଂ, ରାଜ୍ୟ ଉପ ସଭାପତି ନିର୍ମଳ ପଣ୍ଡା, ରାଜ୍ୟ ପୁର୍ବ ଜୋନ୍ ସଭାପତି ରାଜେନ୍ଦ୍ର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଅମ୍ଲାନ ଷଡଙ୍ଗୀ ମହୋଦୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.