ଶ୍ରଦ୍ଧାଞ୍ଜଳି ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଗିରଫ ପରୱାନା ଜାରି କରିିଛି ସିବିଆଇ କୋର୍ଟ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା  ବାରମ୍ବାର ନୋଟିସ ପରେ ବି ହାଜର ହେଉ ନାହାନ୍ତି । ତେଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହାଜର ହୋଇ ନ ଥିଲେ ଶ୍ରଦ୍ଧାଞ୍ଜଳି ।  କୋର୍ଟରେ ହାଜର ହେବା ପାଇଁ ଶନିବାର ଥିଲା ଶେଷ ତାରିଖ । ହେଲେ ସେ କୋର୍ଟରେ ହାଜର ହୋଇ ନ ଥିଲେ ।  ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅର୍ଚ୍ଚନା ବ୍ଲାକ୍ମେଲ କାହାଣୀର ଆଉଜଣେ କଳାକାର ହେଉଛନ୍ତି ଶ୍ରଦ୍ଧାଞ୍ଜଳି ।

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୁର୍ତର ଭିଡିଓକୁ ନେଇ ବ୍ଲାକମେଲିଂ ଅଭିଯୋଗ ଭିତରେ ସାମ୍ନାକୁ ଆସିଥିଲା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ ।  ତାଙ୍କର ଅଭିଯୋଗ କ୍ରମେ ସାମ୍ନାକୁ ଆସିଥିଲା ମାଷ୍ଟର ମାଇଣ୍ଡ  ଅର୍ଚ୍ଚନା ନାଗ ବ୍ଲାକମେଲର କଳା ସାମ୍ରାଜ୍ୟ ।  ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ ହୋଇଥିଲେ ।  ବେଳେ ଆର୍ଥିକ କାରବାର ଘଟଣାରେ ଜଣକ ପରେ ଜଣକଙ୍କୁ ଡାକି ଜେରା ଜାରି କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଚକମା ଦେଇ ଲୁଚିଛପି ବୁଲୁଥିବା ଶ୍ରଦ୍ଧାଞ୍ଜଳି, ଇଡିରେ ହାଜର ହେବା ପୂର୍ବରୁ ବଦଳାଇଥିଲା ୨୫ଟି ଲୋକେସନ୍ ।

Leave A Reply

Your email address will not be published.