ତୈଳିକ ବୈଶ୍ୟ ସମାଜ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେ଼ଙ୍କାନାଳ ଅନୁଗୋଳ ସମନ୍ଵୟ କମିଟି ନିର୍ଦ୍ଦେଶ କ୍ରମେ ଅନୁଗୋଳ, ତାଳଚେର ମଣ୍ଡଳର ସ୍ୱୀକୃତି ଦ୍ଵାରା ବଳରାମପ୍ରସାଦ ଚାରି ସାହି ତୈଳିକ ସମିତି ଆନୁକୁଲ୍ୟରେ ଏକ କାର୍ଯ୍ୟକାରିଣୀ ବୈଠକ ଗତ ରବିବାର ଦିନ ବଳରାମପ୍ରସାଦ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦ୍ୱିପ ପ୍ରଜ୍ବଳନ କରିବା ପରେ କାର୍ଯକ୍ରମର ଶୁଭାରମ୍ଭ କରାଯାଇଥିଲା।

କାର୍ଯକ୍ରମରେ ଜ୍ଞାନେଶ୍ୱର ସାହୁ ଓ ଗୋପୀନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସମନ୍ଵୟ କମିଟିର ସଭାପତି ସଞ୍ଜୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ସାହୁ ଏବଂ କୋଡିଏ ସାହି ସଭାପତି ଅନ୍ତର୍ଯ୍ୟାମୀ ସାହୁ ଅଧ୍ୟକ୍ଷତା କରିଥିଲେ। ଏହା ସହିତ ସମନ୍ଵୟ କମିଟିର ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ପୁରୁଷୋତ୍ତମ ସାହୁ, ନରେନ୍ଦ୍ର କୁମାର ସୁବୁଦ୍ଧି, ଅନୁକୂଳ ସାହୁ, ବିଜୟ କୁମାର ସାହୁ, ନକ୍ଷିଆ ସାହୁ, ହୃଷିକେଶ ସାହୁ, ପବିତ୍ର ସାହୁ, ଶ୍ରୀକାନ୍ତ କୁମାର ସାହୁ, ମହେନ୍ଦ୍ର ବେହେରା, ଭୀମସେନ ବେହେରା, ଅଶ୍ଵିନୀ କୁମାର ସାହୁ, ପ୍ରମୋଦ କୁମାର ପୃଷ୍ଟି, ଦଣ୍ତଧର ସାହୁ, ଲଳିତ ମୋହନ ସାହୁ, ଅନାଦି ଚରଣ ସାହୁ, ନାରୀନେତ୍ରୀ ମଞ୍ଜୁଲତା ସାହୁ, ସଂଧ୍ୟାରାଣୀ ସାହୁ ଓ କର୍ମକର୍ତ୍ତା ସମେତ ତେଷଠି(63) ସମିତିର ସଭାପତି,ସମ୍ପାଦକ ଓ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଅତିଥି ବୃନ୍ଦ ଜାତୀୟ ଗୌରବ, ଜାତୀୟ ଚେତନା ଓ ସଂସ୍କୃତି ବିଷୟରେ ନିଜ ନିଜର ମତ ବ୍ୟକ୍ତ କରିବା ସହିତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱର୍ଗତ ଉଛବ ସାହୁ,ମଦନ ମୋହନ ସାହୁ, କୀର୍ତ୍ତନ ସୁବୁଦ୍ଧିଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରିଥିଲେ। ଶେଷରେ ସଭାର ସଭାପତି ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.