ପେପର ଲିକ୍ ଘଟଣାରେ ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ନିଟ୍‌ ପେପର ଲିକ୍‌କୁ ନେଇ ମଧ୍ୟ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ପରୀକ୍ଷାରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବା ଠିକ୍‌ ନୁହେଁ। ନିକଟରେ ସରକାର ପେପର ଲିକ୍‌ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କାର୍ଯ୍ୟ କରୁଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ସରକାରମାନଙ୍କ ଅମଳରେ ମଧ୍ୟ ପେପର ଲିକ୍ ଘଟଣା ଘଟିଛି ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଏକ ନୀତିର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ନିଟ୍-ୟୁଜି ୨୦୨୪ ଓ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ପଦାକୁ ଆସିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି ବୟାନ ଦେଇଛନ୍ତି। ୟୁଜିସି-ନେଟ୍ ପରୀକ୍ଷା ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ଏହାର ସତ୍ୟତାକୁ ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଥିବା ବେଳେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁନ୍ ୨୩ ତାରିଖରେ ୧୫୬୩ରୁ ଅଧିକ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ, ସ୍ନାତକୋତ୍ତର (ନିଟ୍ ୟୁଜି) ୨୦୨୪ ପରୀକ୍ଷା ପୁନଃ କରିଛି।

Leave A Reply

Your email address will not be published.