ଉପକୂଳରେ ଆବାସ ଯୋଜନା ପାଲଟିଛି ପ୍ରହସନ; କଚ୍ଚାଘର ଯନ୍ତ୍ରଣାରେ ଛଟପଟ ଗରିବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉପକୂଳରେ ଆବାସ ଯୋଜନା ପାଲଟିଛି ପ୍ରହସନ, କଚ୍ଚାଘର ଯନ୍ତ୍ରଣାରେ ଛଟପଟ ଗରିବ | ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକରେ ଆବାସ ଯୋଜନା କେଳେଙ୍କାରୀର ମାଳ ମାଳ ଅଭିଯୋଗ | ପୂର୍ବ ସରକାରରେ ରଣପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟାଯାଉଥିବା ବେଳେ ହିତାଧିକାରୀ ଚୟନରେ ହୋଇଥିଲା ମନଇଛା କାରବାର |

ସେହି ଭଳି କାଣ୍ଡପୋଡା ପଂଚାୟତରୁ ମଧ୍ୟ୍ୟ ଆସିଛି ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ | ଏଇ ହେଉଛନ୍ତି କରଡ଼ାପଲ୍ଲା ଗାଁର ଚନ୍ଦ୍ରଶେଖର ପୃଷ୍ଟି, ଆଜିକୁ ଦୀର୍ଘ ବର୍ଷ ହେବା କୀଡୀନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଭଙ୍ଗା ଦଦରା ଘରେ ବିତୁଛି ସ୍ୱାମୀ ସ୍ତ୍ରୀଙ୍କ ଜୀବନ | ଘର ଖଣ୍ଡେ ପାଇଁ ଭରସା କରି ସରପଞ୍ଚଙ୍କ ଠାରୁ ଠକାମୀର ଶିକାର ହେବା ପରେ ଭାଗ୍ୟକୁ ଆଦରି ଜରିପାଲ ତଳେ ରହୁଛନ୍ତି ଦମ୍ପତି | ଚନ୍ଦ୍ରଶେଖର କୌଣସି କାମ କରିପାରୁନଥିବା ବେଳେ ସ୍ତ୍ରୀ ସୁକାନ୍ତି ଦେଇ ଭିକମାଜି ଯାହା ଆଣନ୍ତି ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି |

ଓଳିଏ ଖାଇଲେ ଓଳିଏ ଉପବାସ ରହୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବାରମ୍ବାର BDO ଙ୍କୁ ଗୁହାରି କରିଥିଲେ ମଧ୍ୟ୍ୟ ହୋଇନି କୌଣସି ସୁଫଳ | ଏଠି ଟଙ୍କା ଦେଲେ ମିଳେ ଘର, ନହେଲା ଆବାସ ଯୋଜନା ପାଲଟି ଯାଏ ସାତସପନ | ଏସମ୍ପର୍କ ଆମେ ରଣପୁର ବିଡିଓଙ୍କୁ ଜଣାଇଥିଲୁ, କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ,ଖୁବ ଶୀଘ୍ର ଏହାର ତଦନ୍ତ କରାଯାଇ ପରବର୍ତୀ ସମୟରେ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି |

Leave A Reply

Your email address will not be published.