ହାତ ଧରିଲେ ଅଭିନେତା ମନୋଜ ମିଶ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାତ ଧରିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଶରତ ପଟ୍ଟନାୟକ, ଅଜୟ କୁମାରଙ୍କ ଉପସ୍ଥିତିରେ ହାତ ଧରିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର ।

ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ । କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ମୁଁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି ।

ତେଣୁ ଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତ୍ତୀ ସମୟରେ ଦଳ ନିଷ୍ପତ୍ତି ନେବ । ପୂର୍ବରୁ ଓଲିଉଡକୁ ନେଇ ଦେଖାଦେଇଥିବା ବିବାଦରେ ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଥିଲେ ନରସିଂହ ମିଶ୍ର ।

Leave A Reply

Your email address will not be published.