ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ । ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ୭୩ବର୍ଷିୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ।  ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‍ ତାଙ୍କର ଚିକିତ୍ସା କରୁଛନ୍ତି ।

ସୂଚନା ଅନୁସାରେ ବର୍ଷକ ତଲେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ । ଏବେ ସେ ରାଜନୀତିର ଜଣେ ସକ୍ରିୟ ସଦସ୍ୟ ଅଛନ୍ତି ।ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନଜନକ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ପଦ୍ମ ଭୂଷଣ ପାଇବା ପରେ ସେ ଖୁସି ବ୍ୟକ୍ତ କରିବା ସହ ଏହି ପୁରସ୍କାର ପାଇ ଖୁସି ବୋଲି କହିଥିଲେ । କହିଥିଲେ ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ କଦାପି ମୋ ପାଇଁ କିଛି ମାଗିନଥିଲି । କିଛି ନ କହି ପାଇଥିବାରୁ ଅତ୍ୟଧିକ ଖୁସି ଅନୁଭବ କରୁଛି । ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଭିନ୍ନ ଅନୁଭବ । ମୁଁ ବହୁତ ଭଲ ଅନୁଭବ କରୁଛି ।

ବହୁତ ପ୍ରେମ ଏବଂ ସମ୍ମାନ ଦେଇଥିବାରୁ ଧନ୍ୟବାଦ । ମୁଁ ଏହି ପୁରସ୍କାରକୁ ମୋର ପ୍ରଶଂସକମାନଙ୍କୁ ଉତ୍ସର୍ଗ କରୁଛି । ଏହି ପୁରସ୍କାର ସମଗ୍ର ବିଶ୍ୱରେ ମୋର ପ୍ରଶଂସକମାନଙ୍କ ପାଇଁ, ଯେଉଁମାନେ ମୋତେ ନିସ୍ୱାର୍ଥପର ପ୍ରେମ ଦେଇଛନ୍ତି ।ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.