ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଚିକିତ୍ସା ପାଇଁ ଲୋଡୁଛନ୍ତି ସହାୟତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ। ସେ ଲିଭର୍ ସିରିଓସିସ ରୋଗରେ ପୀଡିତ ଅଛନ୍ତି । ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଥିବା ସୂଚନା ରହିଛି।  ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦିଆଯାଇଛି । ତାଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ପଡୁଛି ।

ଦ୍ରୁତ ଆରୋଗ୍ୟ କାମନା ସହ ତାଙ୍କୁ ଆର୍ଥିକ ସହୟତାର ହାତ ବଢାଇବା ପାଇଁ ତାଙ୍କ ସମର୍ଥକଙ୍କୁ ସୋସିଅଆଲ ମିଡିଆରେ ନିବେଦନ କରାଯାଉଛି। ଦୀର୍ଘ ବର୍ଷ ହେବ ଓଡ଼ିଆ ଫିଲ୍ମରେ ସକ୍ରିୟ ଅଛନ୍ତି ପିଣ୍ଟୁ ନନ୍ଦ।

Leave A Reply

Your email address will not be published.