ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣା: ଝାରସୁଗୁଡା ଏସପି ଏବଂ ଏସଡ଼ିପିଓଙ୍କୁ କରାଗଲା ବଦଳି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବ ଦାଶ ଙ୍କୁ ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ଏସପି ଏବଂ ଏସଡ଼ିପିଓ ଙ୍କର ବଦଳି, ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ ଟିମ ସମେତ ଦିଲ୍ଲୀର ଫେରୋ ସନ୍ଧାନୀ ଟିମ ର ଟିକିନିକୀ ଯାଞ୍ଚ। ମେଟାଲ ଡିଟେକ୍ଟର ସାହାଯ୍ୟ ରେ ଖୋକା ଖୋଜୁଛି ଟିମ। ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳିମାଡ ହୋଇଥିବା ଘଟଣା ସ୍ଥଳକୁ ଆଜି ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ତେବେ କେବଳ କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ ଟିମ ନୁହଁନ୍ତି ଦିଲ୍ଲୀ ର ଫେରୋ ଦଳ ମଧ୍ୟ ଆଜି ଆସି ଏଠାରେ ମେଟାଲ ଡ଼ିଟେକ୍ଟର ଏବଂ ଅନ୍ୟାନ୍ୟ 3D ସ୍କାନ କରି ଅନ୍ୟ କୋୖଣସି ସୁରାଗ ଖୋଜିବା ପାଇଁ ଟିକିଣିକି ଖୋଜାଖୋଜି କରିଥିଲେ।

ତେବେ ଅରୁଣ ବୋଥ୍ରା ଆଜି ଗୁଳିକାଣ୍ଡ କରିଥିବା ଗୋପାଳ ଚନ୍ଦ୍ର ଦାସ ଙ୍କର ଭାଇ ଙ୍କର ହୋଟେଲ ବ୍ରହ୍ମପୁର କୁ ମଧ୍ୟ ଯାଇ ଅନୁସନ୍ଧାନ କରିଥିଲେ। ଏବଂ ବ୍ରହ୍ମପୁର ହୋଟେଲ ରୁମ ରୁ ମଧ୍ୟ ତନାଘନା କରି ଯାଞ୍ଚ କରିଥିଲେ। ତେବେ ଏହା ହେଉଛି ସେଇ ହୋଟେଲ ଯାହାକୁ କି ଗୋପାଳ ଦାସଙ୍କର ଭାଇ ଖୋଲିଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କର ମୃତ୍ୟୁ ଦିନ ଠାରୁ ଏହି ଦୋକାନ ଟି ବନ୍ଦ ଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି। ତେବେ କିଛି ପ୍ରତ୍ୟକ୍ଷ ଦର୍ଶି କହୁଛନ୍ତି ଯେ ଗୋପାଳ ଦାସ ଗୁଳି କରିବା ଅଧଘଣ୍ଟା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ କରିବାକୁ ଥିବା ସେହି କାର୍ଯ୍ୟସଭା ସ୍ଥାନକୁ ଗୋପାଳ ଦାସ ତିନି ଥର ଠାରୁ ଅଧିକ ଥର ଯାଇ ପଚରା ଉଚରା କରିଥିଲେ ଯେ ସ୍ବାସ୍ଥ୍ୟ ମନ୍ତ୍ରୀ କେତେବେଳେ ଆସିବେ ।

ଅନ୍ୟ ପକ୍ଷରେ କିଛି ସେଇଠି ଥିବା କିଛି ପ୍ରତ୍ୟକ୍ଷ ଦର୍ଶି ଏହା ମଧ୍ୟ କହୁଛନ୍ତି ଯେ ଅଭିଯୁକ୍ତ ଗୋପାଳ ଦାସ ଙ୍କର ମାନସିକ ସ୍ଥିତି ଅସ୍ଥିର ଥିବା ନେଇ ଯେଉଁ ସୂଚନା ମିଳୁଛି ତାହା ସମ୍ପୂର୍ଣ୍ଣ ରୂପରେ ଭୁଲ ଏବଂ ତାଙ୍କର ମାନସିକ ସ୍ଥିତି କୌଣସି ପରିସ୍ଥିତିରେ ମଧ୍ୟ ଅସ୍ଥିର ନଥିବ,ହଁ ହେଇପାରେ କି ତାଙ୍କର ଟିକେ ଆର୍ଥିକ ଲୋଭ ଅଛି କିନ୍ତୁ ସେ ତାଙ୍କର ମାନସିକ ସ୍ଥିତି ଅସ୍ଥିର ଥିବା ନେଇ କୌଣସି ଭାବରେ ଆମେ ଆମକୁ କେବେ ଆଭାସ ହେଇ ନଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି।ତେବେ ଅରୁଣ ବୋଥ୍ରା ଙ୍କୁ ଆଉ କଣ ସୁରାଗ ମିଳିଛି ଏବଂ ଅରୁଣ ବୋଥ୍ରା ଏହି ତଦନ୍ତରେ ଆଉ କେତେ ଦୂର ଆଗକୁ ଗଲେଣି ଏହା ସମ୍ପୁର୍ଣ୍ଣ ରୂପରେ ସୂଚନା ଦେଇ ନାହାନ୍ତି କିନ୍ତୁ ଖୁବ ଶୀଘ୍ର ଏହାର ତଥ୍ୟ ମିଳିଯିବ ବୋଲି ସମସ୍ତଙ୍କର ଆଶା ଅଛି। ତେବେ ଝାରସୁଗୁଡା ଏସପି ରାହୁଲ ଜୈନ ଏବଂ ଏସଡ଼ିପିଓ ଗୁପ୍ତେଶ୍ଵର ଭୋଇ ଙ୍କୁ ବଦଳି କରାଯାଇଛି।

ବରଗଡ଼ ଏସପି ପର୍ମର ସ୍କିତ ପରଷୋତ୍ତମ ଦାଶ ଙ୍କୁ ଝାରସୁଗୁଡା ଏସପି ଭାବରେ ଦାୟିତ୍ବ ମିଳିଛି। ରାହୁଲ ଜୈନ ଙ୍କୁ ଜିଲ୍ଲା ହେଡ କ୍ବାଟର ରେ ରହିବାକୁ ନିର୍ଦେଶ ଦିଆଯାଇଛି। ଏସଡ଼ିପିଓ ଗୁପ୍ତେଶ୍ଵର ଭୋଇଙ୍କୁ ରାଜ୍ୟ ପୋଲିସ ହେଡ କ୍ବାଟର ଙ୍କୁ ସ୍ଥାନାନ୍ତର କରାଯାଇଛି। ଆଠମଲ୍ଲିକ ଏସଡ଼ିପିଓ ଚିନ୍ତାମଣି ପ୍ରଧାନ ଙ୍କୁ ବ୍ରଜରାଜନଗର ର ଏସଡ଼ିପିଓ ଭାବରେ ଦାୟିତ୍ୱ ଦିଆଯାଇଛି। ତେବେ କ୍ରାଇମବ୍ରାଞ୍ଚ ଟିମ ସ୍ୱର୍ଗତ ନବ ଦାଶ ଙ୍କର କିଛି ପାଖ ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.