ଏଲ 1 ପଏଣ୍ଟ ବା ହାଲୋ ଅର୍ବିଟରେ ପହଞ୍ଚିବ ଆଦିତ୍ୟ ଏଲ1

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଶନିବାର ଅପରାହ୍ନ ୪ଟାରେ ନିଜ ଗନ୍ତବ୍ୟସ୍ଥଳ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ। ଇସ୍ରୋ ଆଦିତ୍ୟ ଏଲ-୧କୁ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କି.ମି ଦୂରରେ ଫାଇନାଲ ଅର୍ବିଟରେ ପ୍ରବେଶ କରାଇବ । ଏହା ସଫଳ ହେଲେ ଚନ୍ଦ୍ରଯାନ-୩ ପରେ ମହାକାଶ କ୍ଷେତ୍ରରେ ଆଉ ଏକ ବଡ଼ ଉପଲବ୍ଧି କରିବ ଭାରତ । ଆଜି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ1 ଅପରାହ୍ନ 4ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ । ଇସ୍ରୋ ଆଦିତ୍ୟ ଏଲ1କୁ ପୃଥିବୀଠାରୁ 15 ଲକ୍ଷ କିଲୋମିଟର ଦୂରରେ ହାଲୋ ଅର୍ବିଟରେ ପ୍ରବେଶ କରାଇବ ।

ପ୍ରକାଶ ଥାଉକି, ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ସେପ୍ଟେମ୍ବର 2 ତାରିଖରେ ଆଦିତ୍ୟ ଏଲ1କୁ ମହାକାଶକୁ ଉତକ୍ଷେପଣ କରାଯାଇଥିଲା ।ଏଲ1 ପଏଣ୍ଟର ଆଖପାଖରେ ରହିଥିବା କ୍ଷେତ୍ରକୁ ହାଲୋ ଅର୍ବିଟ କୁହାଯାଏ । ଯାହା ସୂର୍ଯ୍ୟ-ପୃଥିବୀ ମଧ୍ୟରେ ରହିଥିବା ପାଞ୍ଚଟି ସ୍ଥାନ ମଧ୍ୟରୁ ଗୋଟିଏ । ଏହି ସ୍ଥାନରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ସମାନ ରହିଥାଏ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଏଭଳି 5ଟି ସ୍ଥାନ ରହିଛି । ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ସନ୍ତୁଳିତ ରହିଥିବା କାରଣରୁ କୌଣସି ବସ୍ତୁ ମାଧ୍ୟାକର୍ଷଣରେ ଫସି ନଥାଏ ।

L1 ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ, ତେଣୁ ଆଦିତ୍ୟ L1 ଏହା ଚାରିପଟେ ଆଦିତ୍ୟ ପରିକ୍ରମା କରିପାରିବ। ଏହାକୁ କେବଳ ନିର୍ଦ୍ଦିଷ୍ଟ ପଏଣ୍ଟରେ L1ରେ ଅବସ୍ଥାପିତ କରିବାର ଅଛି, ଯାହା ଇସ୍ରୋ ପାଇଁ ବଡ ଚ୍ୟାଲେଞ୍ଜ। ଆଦିତ୍ୟ L1 ସଫଳତାର ସହ ଲାଗ୍ରାଏଞ୍ଜ ପଏଣ୍ଟରେ ଅବସ୍ଥାପିତ ହେଲେ, ଏହା ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିବ ଏବଂ ଇସ୍ରୋକୁ ନୂଆ ନୂଆ ତଥ୍ୟ ପଠାଇବ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା। ଉତକ୍ଷେପଣ ପରଠାରୁ ଏହି ୪ ମାସ ମଧ୍ୟରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇଛି।

Leave A Reply

Your email address will not be published.