ପାରାଦ୍ୱୀପରେ ଆରମ୍ଭ ହୋଇଛି ଚଳିତବର୍ଷର ପକ୍ଷୀ ଗଣନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରାଦ୍ୱୀପରେ ଆରମ୍ଭ ହୋଇଛି ଚଳିତବର୍ଷର ପକ୍ଷୀ ଗଣନା । କୁଜଙ୍ଗ ରେଞ୍ଜ ଅଧୀନରେ ପକ୍ଷୀ ଗଣନାରେ ପାଞ୍ଚଟି ଟିମ୍ ସାମିଲ । ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ପକ୍ଷୀ ଗଣନା ଆରମ୍ଭ ହୋଇଛି । ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଏବଂ ତତ୍‌ସଂଲଗ୍ନ ଆଦ୍ରଭୂମିରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କୁ ଗଣନା କରୁଛନ୍ତି 18ଟି ଟିମ୍ ।

ଆଜି ଦିନ ତମାମ ପକ୍ଷୀ ଗଣନା ଜାରି ରହିବ । ଏଥିପାଇଁ ଶୁକ୍ରବାର ତାଲିମ ନେଇଥିଲେ ଟିମର ସଦସ୍ୟ ।ଆଜି ସକାଳ 6ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । କନିକା ରେଞ୍ଜ ଅଧିନରେ 2ଟି ଟିମ, ରାଜନଗର ରେଞ୍ଜ ଅଧିନରେ 6ଟି ଟିମ, ଗହୀରମଥା ରେଞ୍ଜ ଅଧିନରେ 3ଟି ଟିମ, ମହାକାଳପଡ଼ା ରେଞ୍ଜ ଅଧିନରେ 2ଟି ଟିମ ଓ କୁଜଙ୍ଗ ରେଞ୍ଜ ଅଧିନରେ 5ଟି ଟିମ ସକାଳୁ ପକ୍ଷୀ ଗଣନା କାର୍ଯ୍ୟ କରୁଛନ୍ତି । ଭିତରକନିକା ପାଟିଆ, ଭାଣ୍ଡିତୁଠ ପାଟିଆ, ବଗଗହନ, ଖୋଳା, ନଳିତାପାଟିଆ, ଦୂର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆ, କାଳୀଭଞ୍ଜଡ଼ିଆ ସହ କଣ୍ଡିଆଖାଇରେ 2ଟି ଟିମ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ସେହିପରି ରାଜନଗର ରେଞ୍ଜ ଅଧିନରେ ଥିବା ଜଉଦିଆ, ସାତଭାୟା, ମଗରକନ୍ଦା, 16ନମ୍ବର ଘେରି, ଅଙ୍ଗାରପାଟିଆ, ଚିଞ୍ଚିରିମୁହାଣ, କାକରପାଟିଆ, ଧାନଦିଆ, ରାଜପୁର, ଏକମାଣିଆ ଓ ହଂସୁଆ ପୋଲ ପର୍ଯ୍ୟନ୍ତ 6ଟି ଟିମ ଗଣନା କରୁଛନ୍ତି ।

ସମସ୍ତ ଟିମ ପାଇଁ ବାଧ୍ୟତାମୂଳକ ଭାବେ ବାଇନାକୁଲର, ଭିଏଚଏଫ, ଜିପିଏସ ବୋଟ ବ୍ୟବସ୍ଥା କରାଯାଇଛି । ପକ୍ଷୀ ଗଣନା ସମ୍ପର୍କରେ ତଥ୍ୟ ଉପସ୍ଥାପନ ସହ ସେମାନଙ୍କର ଜୀବନଶୈଳୀ, ଖାଦ୍ୟ ଓ ସେମାନେ କେଉଁ ସ୍ଥାନରୁ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ଏହି ଦଳଗୁଡିକ ପ୍ରଶିକ୍ଷଣ ନେଇ ଗଣନା କାର୍ଯ୍ୟ ଜାରି ରଖିଛନ୍ତି । ଡିଏଫଓ, ଡ଼ିଏସପି, ଏସିଏଫ, ପ୍ରାଣୀବିତ, ପକ୍ଷୀ ବିଶାରଦଙ୍କ ଭଳି ଅଭିଜ୍ଞ ଅଧିକାରୀଙ୍କ ଅଧିନରେ ଏହି ଟିମ ଆଜି ଅପରାହ୍ନ ପର୍ଯ୍ୟନ୍ତ ପକ୍ଷୀ ଗଣନା କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.