ବାଲିଆ ହାଇସ୍କୁଲ ର ରୂପାନ୍ତରଣ କାର୍ଯ୍ୟ ରେ ପ୍ରଶାସନିକ କଳ ଓ ସରକାରୀ ଦଳର ମନମାନି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲିଆ ହାଇସ୍କୁଲ ର ରୂପାନ୍ତରଣ କାର୍ଯ୍ୟ ରେ ପ୍ରଶାସନିକ କଳ ଓ ସରକାରୀ ଦଳର ମନମାନି l ବିରୋଧ କରି ଚାରି ଦିନ ହେବ ଅହୋରାତ୍ର ଧାରଣା ରେ ବସିଛନ୍ତି ଲୋକେ l ତୃତୀୟ ପର୍ଯ୍ୟାୟ ରେ ଗଛ ମଙ୍ଗଳା ତପସ୍ୱି ଉଚ୍ଚ ବିଦ୍ୟାଳୟ, ବାଲିଆ ର ରୂପାନ୍ତରଣ କାର୍ଯ୍ୟ ନେଇ ମୋ ସ୍କୁଲ ଆକାଉଣ୍ଟକୁ 39ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଥିଲା l

ମାତ୍ର ଜିଲ୍ଲା ଶିକ୍ଷାଧିକାରୀ  ପତ୍ରାଙ୍କ ଯୋଗେ ଅନ୍ୟାନ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଭଳି ସମ୍ପୃକ୍ତ ବିଦ୍ୟାଳୟ ତରଫରୁ ବ୍ଲକ ଆକାଉଣ୍ଟ କୁ ଟ୍ରାନ୍ସଫର କରାଯାଇଥିଲା l ସରକାରିଦଳ ର ଠିକାଦାର ଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ମଜଭୁତ କରିବା ଲକ୍ଷ୍ୟରେ   ସରକାରୀ କଳ କୁ ହାତ ବାରିସ କରି ରୂପାନ୍ତରଣ ନାଁ ରେ ଦଳୀୟ ସଂଗଠନ ଚଳାଇଥିବାର    ସଧାରଣ ଆଲୋଚନା ହେଉଛି l ଯାହାର ଏକ ନଗ୍ନ ଚିତ୍ର   ବଳିପାଳ ପଂଚାୟତ ବାଲିଆ ହାଉସ୍କୁଲ ରେ ଦେଖିବାକୁ ମିଳିଛି l ସ୍ଥାନୀୟ ପଂଚାୟତ ର ସରକାରୀ ଦଳୀୟ ଜନ ପ୍ରତିନିଧି ଠିକାଦାର ସାଜି ପାଖ ପଂଚାୟତ ଜନ  ପ୍ରତିନିଧି ଙ୍କୁ ସାଥିରେ ରଖି ଗୁଣ୍ଡାରାଜ ଚଳାଇ କାର୍ଯ୍ୟ କରୁଛନ୍ତି l

ଯାହାକୁ ଗ୍ରାମର କିଛି ଲୋକେ ବିରୋଧ କରି ବିଡ଼ିଓ ଜିଲାପାଳ ଙ୍କୁ ଅଭିଯୋଗ କରିବା ପରେ ସ୍ଥିତି ରେ ସୁଧାର ନଆସିବାରୁ ଅହୋରାତ୍ର ଧାରଣାରେ ବସିଛନ୍ତି l ଦୁଃଖର ବିଷୟ  ଅଭିଯୋଗ ପରେ ସୁଫଳ ନପାଇବାରୁ  ଅନଶନ  ନେଇ ଅବଗତ କରି ଚାରିଦିନ ହେବ ଧାରଣାରେ ବସିଥିଲେ ବି ପ୍ରଶାସନିକ କଳ ସରକାରୀ ଦଳକୁ ଆନୁଗତ୍ୟ ଦେଖାଇ  ଅନଶନ କାରୀଙ୍କ ପାଖରେ ପହଂଚି ନାହିଁ l ତେବେ ରୂପାନ୍ତରଣ କାର୍ଯ୍ୟ ରେ ସ୍ୱଚ୍ଛତା ନଆସିଲେ ଅନଶନ ଜାରି ରହିବା ବୋଲି ଅନଶନ କାରି ମାନେ କହନ୍ତି l

Leave A Reply

Your email address will not be published.