ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ରାଜ୍ୟସଭାକୁ ଯିବେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ରାଜ୍ୟସଭାକୁ ଯିବେ। ତାଙ୍କୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ଏଥିପାଇଁ ମନୋନୀତ କରିଛି। ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀରୁ ମାଲିୱାଲ ଆପ୍‌ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆମ୍‌ ଆଦ୍‌ମୀ ପାର୍ଟି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସ୍ୱାତୀ ହେବେ ଆପ୍‌ର ପ୍ରାର୍ଥୀ।ସ୍ୱାତୀଙ୍କ ବ୍ୟତୀତ ମଦ ନୀତି ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ଆପ୍‌ ପୁଣିଥରେ ରାଜ୍ୟସଭା ପ୍ରାର୍ଥୀ କରିଛି।

ସେହିପରି ଏନ୍‌ଡି ଗୁପ୍ତାଙ୍କୁ ମଧ୍ୟ ଦ୍ୱିତୀୟ ପାଳି ପାଇଁ ପ୍ରାର୍ଥୀ କରାଯାଇଛି।ରାଜ୍ୟସଭା ପ୍ରାର୍ଥୀ ଚୟନ କରିବା ନେଇ ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଆପ୍‌ର ରାଜନୈତିକ ବ୍ୟାପାର କମିଟି ଏହି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଦଳର ରାଜନୀତିକ ବ୍ୟାପାର କମିଟିର ବୈଠକ ବସିଥିଲା। ଏହି ସମୟରେ ସ୍ୱାତୀ ମାଲିୱାଲଙ୍କ ନାଁ ସାମ୍ନାକୁ ଆସିଥିଲା। କମିଟିର ନିଷ୍ପତ୍ତିକ୍ରମେ ମାଲିୱାଲଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆପ୍‌ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ଭାବେ କାମ କରୁଥିବା ସ୍ୱାତୀ ମାଲିୱାଲ ବହୁତ କମ ବୟସରୁ ହିଁ ସମାଜ ସେବାରେ ନିୟୋଜିତ ହୋଇଥିଲେ।

ମହିଳାଙ୍କ ଅଧିକାର ପାଇଁ ସେ ସବୁବେଳେ ସ୍ୱର ଉଠାଇ ଆସିଛନ୍ତି। ଏଥିସହ ଲିଙ୍ଗଗତ ସମାନତା ପାଇଁ ମଧ୍ୟ ସେ ସବୁବେଳେ ମତ ରଖିଛନ୍ତି। ୨୦୧୫ ମସିହାରେ ମାଲିୱାଲ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏସିଡ ଆଟାକ, ଯୌନ ନିର୍ଯାତନା ଓ ଦିଲ୍ଲୀରେ ମହିଳା ସୁରକ୍ଷା ସମ୍ପର୍କରେ ସେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିଛନ୍ତି।

Leave A Reply

Your email address will not be published.