ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ମନୋଜ ବାଜପେୟୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ମନୋଜ ବାଜପେୟୀ। ଗତ କିଛି ଦିନ ହେବ ମନୋଜ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମନୋଜ। ପୂର୍ବରୁ ପୋଷ୍ଟ କରାଯାଇଥିବା ଏକ ଖବର ଉପରେ ପ୍ରତିକ୍ରିୟା ଦେଇ ମନୋଜ ନିର୍ବାଚନ ଲଢ଼ିବେ କି ନାହିଁ ଜଣାଇଛନ୍ତି। ସେହିଭଳି ନ୍ୟୁଜ ଅରିନା ଇଣ୍ଡିଆ ଏକ୍ସରେ ପୋଷ୍ଟ କରାଯାଇଥିଲା, ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବଲିଉଡ ଅଭିନେତା ମନୋଜ ବାଜପେୟୀ। ଏହାର ଜବାବରେ ମନୋଜ ଲେଖିଛନ୍ତି, ଆଚ୍ଛା…ମୋତେ ଗୋଟାଏ କଥା କୁହ…ଏକଥାଟି ତୁମକୁ କିଏ କହିଛି ନା ତୁମେ ସ୍ବପ୍ନ ଦେଖିଲ?

ଏବେ ଏହି ଟ୍ବିଟକୁ ନେଇ ଚର୍ଚ୍ଚାରେ ଥିବା ମନୋଜ କିଛି ଦିନ ପୂର୍ବରୁ ନିଜର ଏକ ଫଟୋକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଫଟୋରେ ସେ ସାର୍ଟ ପିନ୍ଧିନଥିବା ବେଳେ ତାଙ୍କ ଶରୀରର ଗଠନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଜାନୁଆରି ୧, ୨୦୨୪ରେ ମନୋଜ ବାଜପେୟୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି, ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।

ଫଟୋ ସେୟାର କରି କ୍ୟାପସନରେ ମନୋଜ ଲେଖିଛନ୍ତି, “ନୂଆ ବର୍ଷ ନୂଆ ମୁଁ | ଦେଖ ସୁସ୍ବାଦ ସୁପ୍ ମୋ ଦେହରେ କିଭଳି ପ୍ରଭାବ ପକାଇଛି। ପୂରା କିଲର୍ ଲୁକ୍ ନା? ତେବେ ଏଭଳି କ୍ୟାପସନ ଦେଇ ସେ ନିଜର ଆଗାମୀ ପ୍ରୋଜେକ୍ଟ ‘କିଲର୍ ସୁପ’ର ପ୍ରଚାର କରିଥିବା ଜଣାପଡ଼ିଛି, ଯାହା ନେଟଫ୍ଲିକ୍ସରେ ରିଲିଜ୍ ହେବ

Leave A Reply

Your email address will not be published.