ରୋମ୍‌ ପରେ ଆଜି ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଜେଇ ହୋଇଛି ଦୁବାଇ ରାଜରାସ୍ତା।

0

ଓଡିଆ ନ୍ୟୁଜ୍(ବ୍ୟୁରୋ):   ରୋମ୍‌ ପରେ ଆଜି ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୯ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସଜେଇ ହୋଇଛି ଦୁବାଇ ରାଜରାସ୍ତା। ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ମାନଙ୍କୁ ଅବଗତ କରାଇବେ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିବେ। ଗତ ୨ ଦଶନ୍ଧି ଭିତରେ ଓଡ଼ିଶା ପୂର୍ବ ଭାରତର ମାନୁଫାକଚ୍‌ରିଂ ହବ୍‌ ଭାବେ ଉଭା ହୋଇଛି । ଶିଳ୍ପ ବିକାଶ ପଥରେ ଦ୍ରୁତ ଭାବେ ବଢୁଛି ।

ସମ୍ମିଳନୀରେ ମଧ୍ୟପ୍ରାଚ୍ୟ ଓ ଦୁବାଇ ପାଖ ଅଞ୍ଚଳର ବିଜନେସ୍‌ ଲିଡର ସାମିଲ ହେବେ । ଓଡ଼ିଶାରେ ଖଣି, ଖଣି ଭିତ୍ତିକ ଶିଳ୍ପ, ପେଟ୍ରୋ କେମିକାଲ୍‌, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି ଫୁଡ୍‌ ପ୍ରୋସେସିଂ, ଟେକ୍ସଟାଇଲ୍‌, ଆପାରେଲ୍‌ ଗାର୍ମେଣ୍ଟସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶକଙ୍କ ପାଇଁ ବଡ଼ ସୁଯୋଗ ରହିଛି । ଓଡ଼ିଶାରୁ ଯୋଗ ଦେବେ ୧୨ ନିବେଶକ। ଏହାସହ ଦେଶର ବହୁ ବଡ଼ବଡ଼ ଶିଳ୍ପପତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବି ଦୁବାଇ ଯିବ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦୁବାଇ ?ଯିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ।

Leave A Reply

Your email address will not be published.