କେନ୍ଦୁଝର ଜିଲ୍ଲା ସାଂସଦ ପାର୍ଥି ଘୋଷଣା ପରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବଞ୍ଚୋ ଠାରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବିଧାନସଭା ସଂଯୋଜକ ହରିହର ମହାନ୍ତ, ନିରାକାର ଦଳେଇ, ହେମନ୍ତ ମଲ୍ଲିକ, ରାମଚନ୍ଦ୍ର ସାହୁ, ସୁମତି ଯେନା, ବିବେକାନନ୍ଦ ରାଉତ ପ୍ରମୁଖ ଯୋଗଦେଇ ଦଳକୁ ତୃଣମୂଳ ସ୍ତର ରୁ ମଜବୁତ କରିବା ଉପରେ ସବିଶେଷ ଆଲୋଚନା କରିଥିଲେ।

ଚଳିତ ନିର୍ବାଚନରେ କିପରି ବିଜେପି ପ୍ରାର୍ଥୀମାନେ ବହୁ ଭୋଟରେ ବିଜୟୀ ହେବେ ସେଥିପାଇଁ ମାର୍ଗ ଦର୍ଶନ କରିଥିଲେ। ଵିଶେଷ କରି ଚଳିତ ନିର୍ବାଚନ ପାଇଁ ବୁଥ କମିଟି, ପଞ୍ଚାୟତ କମିଟି ଓ ମଣ୍ଡଳ କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ ପ୍ରତି ଘରକୁ ଘର କିପରି ମୋଦୀଙ୍କ ବାର୍ତ୍ତା ପହଞ୍ଚିବ ସେ ନେଇ ଜିଲ୍ଲା ସଭାପତି ଗୁରୁତ୍ୱାରୋପ କରିଥିଲେ। ଆଗାମୀ ଦିନରେ ନିର୍ବାଚନ ଜିତିବା ପାଇଁ ବିଭିନ୍ନ ରଣନୀତି ସହ କଠୋର ପରିଶ୍ରମ କରିବା ପାଇଁ ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଆହ୍ୱାନ ଦେଇଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ମହେଶ୍ୱର ସାହୁ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ଦମରେ ଦଳ ଆନନ୍ଦପୁର ରୁ ଉଭୟ ବିଧାୟକ ଓ ସାଂସଦ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ ର ସଭାପତି, ମଣ୍ଡଳ ମୋର୍ଚ୍ଚା ର ପଦାଧିକାରୀ, ମଣ୍ଡଳ କମିଟି ର କାର୍ଯ୍ୟକର୍ତ୍ତା ଙ୍କ ସମେତ ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର ମଞ୍ଚ ପରିଚାଳନା କରିଥିବା ବେଳେ ସୁଭାଦ୍ରୀ ବଳିଆର ସିଂ, ଶକ୍ତିକେନ୍ଦ୍ର ପ୍ରମୁଖ ସୁରେନ୍ଦ୍ର ବିଶ୍ୱାଳ, କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ୧୫୦୦ ରୁ ଉର୍ଦ୍ଧ୍ବ ଛାମୁଆ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Comments are closed.