ଦଳ ଛାଡିବେ ସୁକାନ୍ତ ନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦଳ ଛାଡିବେ ସୁକାନ୍ତ ନାୟକ | ବାଲେଶ୍ୱର ଜିଲ୍ଲା ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି।ବର୍ତ୍ତମାନର ସଂସଦ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଘୋଷଣା କରି ତାଙ୍କ ଉପରେ ପୁଣି ଭରସା କରିଛି ଭାରତୀୟ ଜନତା ପାର୍ଟି ଦଳ।

ପୂର୍ବରୁ ପ୍ରତାପ ଷଡଙ୍ଗୀ ନୀଳଗିରି ବିଧାୟକ ଥିଲେ।ଗତ ନିର୍ବାଚନରେ ପ୍ରତାପଙ୍କୁ ସାଂସଦ ପ୍ରାର୍ଥୀ କରିବାପରେ ବିଜେଡିରୁ ଆମଦାନୀ ହୋଇଥିବା ସୁକାନ୍ତ ନାୟକଙ୍କୁ ବିଜେପି ନୀଳଗିରି ବିଧାନସଭା ପ୍ରାର୍ଥୀ କରିଥିଲା।ଗତ ନିର୍ବାଚନରେ ଉଭୟେ ପ୍ରତାପ ଓ ସୁକାନ୍ତ ବିଜୟୀ ହୋଇଥିଲେ।ଆସନ୍ନ ନିର୍ବାଚନ ସମୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି।ଏ ସମ୍ପର୍କରେ ବାଲେଶ୍ୱର ସାଂସଦ ପ୍ରତପ ଷଡଙ୍ଗୀ ମଧ୍ୟ ସୁକାନ୍ତଙ୍କ ସହ ଆଲୋଚନା କରିଥିବା ପ୍ରତାପ ସୂଚନା ଦେଇଛନ୍ତି।

ଯଦିଓ ସୁକାନ୍ତ ନାୟକ ଏ ବିଷୟରେ କିଛି କହିନାହାନ୍ତି,ତାଙ୍କ ବିଜେପି ଛାଡିବା ଏକ ପ୍ରକାରର ନିଶ୍ଚିତ।ପ୍ରତାପଙ୍କ ସୂଚନା ଅନୁସାରେ ସେ ନିଜେ ସୁକାନ୍ତଙ୍କୁ ଦଳ ନଛାଡିବାକୁ ବୁଝେଇବା ସହ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମଧ୍ୟ କାଥାବାର୍ତ୍ତା କରେଇଥିବା କହିଛନ୍ତି।ତାପରେ ଯଦି ସୁକାନ୍ତ ବିଜେପି ଛାଡିବେ,ତେବେ ସେ ଏକ ବଡ ଭୁଲ କରିବେ ବୋଲି ମଧ୍ୟ କହିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ।

Leave A Reply

Your email address will not be published.