ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା ଘର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା ଘର | ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗୀଭଅଁରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ନ ଥିଲାବେଳେ ଦୀଗିଭଁଅରା ଗ୍ରାମର ଗୋବିନ୍ଦ ନାୟକ, ଚିନ୍ତାମଣି ନାୟକ, ପ୍ରହଲ୍ଲାଦ ନାୟକ, ଅରୁଣ ନାୟକ ଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସେତେବେଳକୁ ୮ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଆକଳନ କରାଯାଉଛି।ଅଗ୍ନିକାଣ୍ଡ ଯୋଗୁଁ ପିଡିତ ପରିବାରଗୁଡିକ ସର୍ବସ୍ବାନ୍ତ ହୋଇ ଯାଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ସଧାରଣରେ ଦାବି ହେଉଛି।

Leave A Reply

Your email address will not be published.