୪ ବିଦ୍ୟୁତ ତାର ଚୋର ଗିରଫ ପରେ କୋର୍ଟ ଚାଲାଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୪ ବିଦ୍ୟୁତ ତାର ଚୋର ଗିରଫ ପରେ କୋର୍ଟ ଚାଲାଣ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିଜପୁର ନିକଟରେ ଥିବା ବିଦ୍ୟୁତ ସବଷ୍ଟେସନରୁ ବିଦ୍ୟୁତତାର ଚୋରି ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ବାରିକପୁର ନିକଟରେ ଥିବା ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ପରିସରରୁ ଗତ ୨୩ ତାରିଖ ରାତିରେ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ତାର ଚୋରି ହୋଇଥିଲା। ଏ ବାବଦରେ ବିଦ୍ୟୁତ ବିଭାଗ ପକ୍ଷରୁ ସୋର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୨୫୧/୨୪ ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଂଜି ଗ୍ରାମର ଆଜିବ ସାହା(୨୯), ପିତଳପଦା ଗ୍ରାମର ସୁଶାନ୍ତ ମଳିକ (୨୫) ଓ ରାଜେନ୍ଦ୍ର ମଲିକ (୨୫), ବେଲପୁର ଗ୍ରାମର ଶେଖ ରାଜାଉଦ୍ଦିନ (୨୬) କୁ ଚିହ୍ନଟ କରି ଗିରଫ କରିଥିବା ଜଣାଯାଇଛି। ଆଜି ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.