ରାଜ୍ୟର ୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଗକୁ ଆହୁରି ତାତିବ ଓଡିଶା । ଆଜି ରାଜ୍ୟର ୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏନେଇ ଆକଳନ କରିଛି ଆଂଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପଶ୍ଚିମ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଏବଂ ଉପକୂଳ ଓ ଉତ୍ତର ଓଡିଶାର ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ଛୁଇଁବ । ସେହିପରି ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ରାୟଗଡ଼ର, ଭୁବନେଶ୍ୱର, ଚାନ୍ଦବାଲି, ଭଦ୍ରକ, ବାରିପଦା, ଢେଙ୍କାନାଳ ଓ ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରହିପାରେ। ଆସନ୍ତାକାଲି ଖରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତାକାଲି ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ନୟାଗଡ଼, ଭବାନୀପାଟଣା ଓ ବଲାଙ୍ଗିର ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିପାରେ।

୩୦ ତାରିଖରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଥିବା ବେଳେ ବଲାଙ୍ଗିର, ଟିଟିଲାଗଡ଼,ଭବାନୀପାଟଣା, ପାରଳାଖେମୁଣ୍ଡି, ଭୁବନେଶ୍ୱର, ନୟାଗଡ଼, ସୋନପୁର ଓ ବୌଦ୍ଧ ଆଦି ସ୍ଥାନରେ ୩୯ ଡିଗ୍ରୀ ସେଲ୍‌ସିୟସ ରହିପାରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ହୋଇପାରେ। ତା’ପରେ ରାଜ୍ୟର ଅନେକ ଜିଲ୍ଲାରେ ଏଥିରେ କୌଣସି ବଡ଼ ପରିବର୍ତ୍ତନ ହେବାର ନାହିଁ।

Leave A Reply

Your email address will not be published.