ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଅନୁଭବ ମହାନ୍ତି: ପୁଣି ଏକ ଅଡିଓ କ୍ଲିପ୍ କଲେ ଟ୍ଵିଟ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କିତ ଏକ ଅଡିଓକୁ କଲେ ଟ୍ଵିଟ୍ । ସୋସିଆଲ ମିଡିଆରେ କେହି କାହାରି ବିରୋଧରେ କିଛି ଲେଖିବାକୁ ବାରଣ କରିଥିଲେ ହାଇକୋର୍ଟ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ ଏହି ଟ୍ଵିଟ୍ କରିଛନ୍ତି ଅନୁଭବ ।

ଅଡିଓରେ କିଛି ମହିଳା ପରସ୍ପର ସହିତ ମୋବାଇଲରେ ବାର୍ତ୍ତାଳାପ କରୁଛନ୍ତି । ଏହି ଅଡିଓଟି ତାଙ୍କର ଓ ତାଙ୍କ ଭଉଣୀମାନଙ୍କର ବା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିଯ୍ୟାତନାକୁ ନେଇ ସେ ବିବ୍ରତ ରହୁଥିବା କହିଛନ୍ତି ଅନୁଭବ । ଏହା ବନ୍ଧୁତ୍ୱପୂର୍ଣ୍ଣ ଟ୍ଵିଟ୍ ବୋଲି ଶେଷରେ ଅନୁଭବ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.