ମସ୍କୋରେ ଋଷର ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଲେ ଅଜିତ୍ ଡୋଭାଲ: ଏହି ମୁଦ୍ଦା ଉପରେ ହେଲା ଚର୍ଚ୍ଚା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୁଧବାର ମସ୍କୋରେ ତାଙ୍କର ଋଷୀୟ ପ୍ରତିପକ୍ଷ ନିକୋଲାଇ ପେଟ୍ରୁଶେଭଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦେଶର ସୁରକ୍ଷା ପରାମର୍ଶଦାତାମାନେ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ।

ଋଷ ଦୂତାବାସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ବୈଠକରେ ସୁରକ୍ଷା କ୍ଷେତ୍ରରେ ସହଯୋଗ ସହିତ ପ୍ରମୁଖ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଭାରତରେ ଥିବା ରୁଷ ଦୂତାବାସ ଟ୍ୱିଟ୍ କରି କହିଛନ୍ତି ଯେ ଅଗଷ୍ଟ ୧୭ ରେ ମସ୍କୋରେ ରୁଷ ଫେଡେରେଶନର ସୁରକ୍ଷା ପରିଷଦର ସଚିବ ନିକୋଲାଇ ପେଟ୍ରୁଶେଭ ଭାରତର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ।

ଋଷର ଦୂତାବାସ ସୂଚନା ଦେଇଛି

ଋଷ ଦୂତାବାସ ତରଫରୁ ସୂଚନା ପ୍ରଦାନ କରି ଏହା ମଧ୍ୟ କୁହାଯାଇଛି ଯେ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସର୍ବ ବୃହତ ପ୍ରସଙ୍ଗ ତଥା ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ଏଜେଣ୍ଡା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦୁଇ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। । ‘ ଏହି ସମୟରେ କୁହାଯାଇଛି ଯେ ଉଭୟ ସୁରକ୍ଷା ପରାମର୍ଶଦାତା ନିଜ ଦେଶର ସୁରକ୍ଷା ପରିଷଦ ମଧ୍ୟରେ କଥାବାର୍ତ୍ତା ଜାରି ରଖିବାକୁ ସହମତ ହୋଇଛନ୍ତି।

 

 

Leave A Reply

Your email address will not be published.