ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଓ ନିମନ୍ତ୍ରଣ କାର୍ଡ ପହଞ୍ଚିଲା ବିଶୋଇ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଓ ନିମନ୍ତ୍ରଣ କାର୍ଡ ପହଞ୍ଚିଲା ବିଶୋଇ ବ୍ଲକ୍ | ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବିଶୋଇ ଶାଖା ପକ୍ଷରୁ ବିଶୋଇ ଠାରେ ଏକ ସୁଶୋଭିତ ରଥ ରାଧାକୃଷ୍ଣ ମନ୍ଦିର ଠାରୁ ୫୧ ଟି କଳସ ପୂଜନ କରି ତିନି ଶହରୁ ଉର୍ଦ୍ଧ ରାମଭକ୍ତମାନେ ବିଶୋଇ ହାଇସ୍କୁଲ, ଥାନା ଛକ, ମେଡିକାଲ ଛକ ଓ ବିଶୋଇ ବଜାର ଦେଇ ଶିଶୁମନ୍ଦିର ଠାରେ ପହଞ୍ଚିଥିଲା |

ଏହି କାର୍ଯ୍ୟକ୍ରମରେ ବିଶୋଇ ଶାଖାର ସଂଯୋଜକ ବଂଶୀଧର ଦାସ ସଭାପତିତ୍ବ କରିଥିଲେ | ମୁଖ୍ୟ ବକ୍ତା ଭାବେ ହରିହର ତ୍ରିପାଠୀ ପ୍ରାନ୍ତ ସତସଙ୍ଗ ପ୍ରମୁଖ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘ ଚାଳକ ଜଗବନ୍ଧୁ ମହାନ୍ତ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପାଳକ ବୀର କିଶୋର ମହାନ୍ତ (କଟି ଭାଇ) ଓ ବି ଏମ ଏସ୍ ର ରାଜ୍ୟ ସଦସ୍ୟ ନଗମାନନ୍ଦ ପଟ୍ଟନାୟକ, ବି ଜେ ପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି ତଥା ଅନ୍ୟମାନଙ୍କ ମଧ୍ୟରୁ ମଧୁସୂଦନ ଦାସ, ଅବନୀ ପତି, ନରେନ୍ଦ୍ର ସିଂ, ଭୀମ ଚରଣ ମହାକୁଡ, ଦିଲ୍ଲୀପ କୁମାର ଗିରି, କାଶୁ ମାଝୀ, ଶ୍ୟାମ ନାଏକ, ସଂଜୟ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ଆଜି ବିଶୋଇ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରେରଣ କରାଯାଇଥିଲା |

ଆସନ୍ତା ୨୨ ତାରିଖ ରେ ଅଯୋଧ୍ୟାରେ ଶ୍ରୀରାମଙ୍କ ନୂତନ ବିଗ୍ରହକୁ ଶ୍ରୀରାମ ଜନ୍ମଭୂମି ର ପ୍ରାଣ ପ୍ରତିଷ୍ଠା ଦିବସରେ ନିଜ ଗ୍ରାମ, ସହର, ବସ୍ତିରେ ବିଭିନ୍ନ ଦେବାଦେବୀ ଙ୍କ ମନ୍ଦିରରେ ଭଜନ, କୀର୍ତ୍ତନ, ଆରତୀ ଓ ପୂଜା ପାଠ କରି ଭକ୍ତମାନଙ୍କୁ ସାତ୍ତିକ ଓ ରାମମୟ ବାତାବରଣ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ | ସନ୍ଧ୍ୟା ସମୟରେ ପ୍ରତ୍ୟେକ ଘରେ ୫ଟି ଦୀପ ପ୍ରଜ୍ଜଳନ କରିବାକୁ ଅନୁରୋଧ କରାଯାଇଛି | ଯେପର%

Comments are closed.