ଠାକୁରମୁଣ୍ଡାର ଭାଲୁ କାମୁଡ଼ାରେ ଜଣେ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଠାକୁରମୁଣ୍ଡାର ଭାଲୁ କାମୁଡ଼ା ରେ ଜଣେ ଗୁରୁତର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ର ରାଇପଦା ବଣ ସାହି ର ସ୍ବର୍ଗତ ଋଷି ମହାରଣା ଙ୍କ ପୁଅ ଖଇର ମହାରଣା, ବୟସ ୫୨ |ନିଜ ଘର ପଛ ପଟ ଜଙ୍ଗଲକୁ ଆଜି ସନ୍ଧ୍ୟା ୬ଟା ବେଳେ ଶୌଚ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ହୋଇଥିଲେ। ଭାଲୁ ଟି ତାଙ୍କୁ ପଛ ପଟୁ ଆକ୍ରମଣ କରିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ତେବେ ଭାଲୁ କବଳରୁ କୌଶଳ କ୍ରମେ ବର୍ତ୍ତି ଯାଇ ଖଇର ନିଜ ଘରକୁ ଦୌଡ଼ି ପଳାଇ ଆସିଥିଲେ।ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଠାକୁରମୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ।ପରେ ଅବସ୍ଥା ସଙ୍କଟା ପର୍ଣ୍ଣ ହେବାରୁ ତାଙ୍କୁ ଘଷିପୁରା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି

Leave A Reply

Your email address will not be published.