ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ସ୍ଥିତ ବିଜେପି ଦଳୀୟ କାର୍ଯ୍ଯାଳୟରେ ଆସନ୍ତା କାଲି ଦୀନକୃଷ୍ଣ ଦାସ ଏବଂ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କୁ ନେଇ ସାମ୍ବାଦିକ ସମ୍ମିଳନୀ।

ସୂଚନା ଅନୁସାରେ ଆସନ୍ତା କାଲି ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର ଙ୍କ ଦ୍ବାରା ଜଳେଶ୍ଵର ନୂଆବଜାର ଶିଶୁ ଉଦ୍ୟାନ ରେ ଭକ୍ତକବି ଦୀନକୃଷ୍ଣ ଏବଂ ବଡ଼ବଜାର ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବା ବେଳେ, ପୂର୍ବରୁ ଶାଳିକୋଠା ଠାରେ ବିଜୁ ବାବୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିବାରେ ପ୍ରଶାସନ ରୋକ ଲଗାଇଥିବା ବେଳେ ପୁଣି ପ୍ରତିମୂର୍ତ୍ତି ଉନ୍ମୋଚନ କୁ ନେଇ ରାଜନୀତି କରଣ ନ କରାଯାଉ ବୋଲି ବିଜେପି ଦାବି କରିଛି ।

ଏଥିସହିତ ଜଳେଶ୍ଵର ର ବିଭିନ୍ନ ସରକାରୀ କାର୍ଯ୍ଯକ୍ରମ ରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଉପେକ୍ଷା କରାଯାଉଥିବାରୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ତେବେ ଆସନ୍ତା କାଲି ଯଦି ପ୍ରଶାସନ ପକ୍ଷରୁ ଏହାର କୈ।ଣସି ସୁବନ୍ଦୋବସ୍ତ କରାନଯାଏ ତେବେ ଜଳେଶ୍ଵର ବିଜେପି ପକ୍ଷରୁ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି |

Leave A Reply

Your email address will not be published.