ବ୍ରାଉନସୁଗାର ମାଫିଆକୁ ଉଠେଇବାକୁ ଯାଇ ପୋଲିସ ଆକ୍ରମଣର ଶିକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବ୍ରାଉନସୁଗାର ମାଫିଆକୁ ଉଠେଇବାକୁ ଯାଇ ଜଳେଶ୍ୱର ପୋଲିସ ଆକ୍ରମଣର ଶିକାର |  ୫ରୁ ଅଧିକ ପୋଲିସ ଆହତ | ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳ ବ୍ରାଉନ ସୁଗାର କାରବାରର ହବ ପାଲିଟିଛି |

ଗତ ରବିବାର ଦିନ ଜଳେଶ୍ୱର ପୋଲିସ ଜଣେ ବ୍ରାଉନସୁଗାର ବ୍ୟପାରୀଙ୍କୁ ବ୍ରାଉନସୁଗାର ସହିତ ଗିରଫ କରିଥିଲା ବେଳେ ଏହା ଆଧାରରେ ମଙ୍ଗଳବାର ରାତି ପାଖାପାଖି ୧୦ଟା ସମୟରେ ଜଳେଶ୍ୱର ଥାନା ଶେଖାବଡ଼ ଗ୍ରାମର କାଦାର ଖାଁ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା  |ଚଢ଼ାଉ ସମୟରେ ବ୍ରାଉନସୁଗାର ବ୍ୟପାରୀଙ୍କ ପରିବାର ପୋଲିସ ମଧ୍ୟରେ ଆକ୍ରମଣ ହୋଇଥିଲା | ଏହି ଆକ୍ରମଣରେ ୫ରୁ ଅଧିକ ପୋଲିସ ଆହତ ହୋଇଛନ୍ତି  |

ଜଳେଶ୍ୱର ଜି.କେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଇ ଥିବା ଦେଖିବାକୁ ମିଳିଛି | ପୋଲିସ ମୁକିନ ଖାଁ ନାମକ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି | ଅନ୍ୟପଟେ ପୋଲିସ ଆକ୍ରମଣରେ ମୁକିନ ଖାଁଙ୍କ ପରିବାରର ମହିଳା ଜଣକ ଆହତ ହୋଇଛନ୍ତି |

Leave A Reply

Your email address will not be published.