କମୁଛି କରୋନା କେସ୍: ୨୮ ତାରିଖରୁ ବନ୍ଦ ହେବ ରାଜଧାନୀର ସମସ୍ତ କୋଭିଡ କେୟାର ସେଣ୍ଟର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବନ୍ଦ ହେବାକୁ ଯାଉଛି କୋଭିଡ କେୟାର ସେଣ୍ଟର । ଭୁବନେଶ୍ୱରରେ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର । କରୋନା ସ୍ଥିତିରେ ସୁଦ୍ଧାର ଆସୁଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । ଆସନ୍ତା ଫେବ୍ରୁଆରୀ ୨୮ ତାରିଖରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ । ରାଜଧାନୀର  ହାଇଟେକ, କିମ୍ସ କୋଭିଡ ହସ୍ପିଟାଲ ବନ୍ଦ ହେବ। ବିଏମସି ପକ୍ଷରୁ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି କ୍ଲୋଜର ନୋଟିସ।

ଏହା ବ୍ୟତୀତ ସମ୍ ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା କମାଯିବକୁ ନିଷ୍ପତ୍ତି ହୋଇଛି । ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ ଲେଖାଏଁ ଶଯ୍ୟା ରହିବ । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି  ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

 

Leave A Reply

Your email address will not be published.