ଆଜିଠୁ ଭୋଟ ଗଣତି; ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ, କିଏ ପିନ୍ଧିବ ବିଜୟ ମୁକୁଟ

0

୫ଟି ପର୍ଯ୍ୟାୟରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜିଠୁ ହେଉଛି ଭୋଟ ଗଣତି। ଏନେଇ ନେତା ଜନତା ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା କାହାକୁ ଭୋଟ ଦେଇଛନ୍ତି ଜନତା କାହା ସପକ୍ଷରେ ଯିବ ରାୟ କେବଳ ଏହାରି ଉପରେ ନଜର।

ଆଜିଠାରୁ ତିନି ଦିନ ଧରି ଚାଲିବ ଭୋଟ ଗଣତି ପ୍ରକ୍ରିୟା। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ନିରବଚ୍ଛିନ୍ନ ଭାବେ ଚାଲିବ। ପ୍ରଥମ ଦିନରେ ୨୬ତାରିଖରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ୨୭ରେ ୩୦୭ଟି ଏବଂ ୨୮ରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି। ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ। ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୮୯୦ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ। ବାଲଟ ପେପର ସର୍ଟିଂ ପରେ ଆରମ୍ଭ ହେବ ଗଣନା। ଗଣତି ପାଇଁ ଟେବୁଲ୍ ବ୍ୟବସ୍ଥା ହେବ ଏବଂ ପ୍ରତି ଟେବୁଲରେ ଜଣେ କାଉଣ୍ଟିଙ୍ଗ ସୁପର ଭାଇଜର ରହିବେ, ୨ଟି ଲେଖାଏଁ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ରହିବେ। ସହାୟତା ପାଇଁ ଜଣେ ଗ୍ରୁପ ଡି କର୍ମଚାରୀ ରହିବେ। ଜଣେ ପ୍ରାର୍ଥୀଙ୍କର ଜଣେ ଏଜେଣ୍ଟ ରହିବେ। ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ଭୋଟ୍ ପାଇଁ ରହିବ। ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଯେଉଁଠି ଭୋଟ୍‌ ଗଣତି ହେବ ସେଠାରେ ନୋଟା ଭୋଟ୍‌ ପାଇଁ ଏକ ଟ୍ରେ ରହିବ। ଏହାପରେ ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ। ଭୋଟ କେନ୍ଦ୍ରକୁ ପ୍ରବେଶ କଲା ବେଳେ ପ୍ରତିନିଧି ମାନେ ନିଜ ସହ କୌଣସି ଫୋନ କିମ୍ବା ଇଲେକ୍ଟ୍ରୋନିକ ସାମଗ୍ରୀ ନେଇପାରିବେ ନାହିଁ।

ସେହିପରି ବ୍ଲକସ୍ତରୀୟ ନିର୍ବାଚନ ଅଧିକାରୀମାନେ ପରିଣାମ ୱେବସାଇଟ୍‌ରେ ଅପ୍‌ ଟୁ ଡେଟ୍‌ ତଥ୍ୟ ଦେବେ ବୋଲି କୁହାଯାଇଛି।

 

 

 

 

 

 

Leave A Reply

Your email address will not be published.