ଅଳତି ଷ୍ଟାଡିୟମରେ ସର୍ବ ଭାରତୀୟ ଗୋଲଡେନ କପ କ୍ରିକେଟ : ସମ୍ବଲପୁର କୁ ହରାଇ ଖୋର୍ଦ୍ଧା ଚମ୍ପିଅନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଳତି ଷ୍ଟାଡିୟମରେ ସର୍ବ ଭାରତୀୟ ଗୋଲଡେନ କପ କ୍ରିକେଟ, ସମ୍ବଲପୁର କୁ ହରାଇ ଖୋର୍ଦ୍ଧା ଚମ୍ପିଅନ | ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତୀ ମିନିଷ୍ଚାଡିୟମ ରେ ସ୍ପୋଟର୍ସ କ୍ଲବ ତରଫରୁ ୩୦ ତମ ସର୍ବଭାରତୀୟ ଟି ଟୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଆଜି ଫାଇନାଲ ମ୍ୟାଚ ସମ୍ବଲପୁର ଓ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ୩୦ ଓଭର ରେ ୯ ୱିକେଟ ହରାଇ ୨୨୯ ରନ୍ ସଂଗ୍ରହ କରିଥିବାବେଳେ ଏମଏମସିସି ସମ୍ବଲପୁର ୩୦ ଓଭର ରେ ୮ ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା।

ଖୋର୍ଦ୍ଧା ର ସମୀର ମହାନ୍ତି ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିଲେ। ସମ୍ବଲପୁର ଆର ଦେବାଶିଷ ଭଟ୍ଟ ମ୍ୟାନ ଅଫ୍ ଦ ସିରିଜ୍ ହୋଇଥିଲେ।ସ୍ପୋର୍ଟସ କ୍ଲବର ସମ୍ପାଦକ ପ୍ରିୟବ୍ରତ ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ଯ ଅତିଥି ବସନ୍ତମଞ୍ଜରୀ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିଷ୍ଠାତା ଡଃ ରତିକାନ୍ତ ବରାଳ, ସ୍ୱତନ୍ତ୍ର ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ଭୁମିକା ଦାଶ, ଅଭିନେତା ବାବୁଶାନ୍ ମହାନ୍ତି, ଶିଳ୍ପପତି ବାବୁଲି ସାହୁ,ଖାଳିଆମେଣ୍ଟା ସରପଞ୍ଚ ବୃନ୍ଦାବନ ଜେନା, ଖଳଣା ସରପଞ୍ଚ ଜ୍ୟୋସ୍ନାରାଣୀ ନାୟକ, ଠିକାଦାର ନୃସିଂହ ଚରଣ ଦାଶ, କ୍ରିକେଟ ପ୍ରଶିକ୍ଷକ ମନ୍ମଥ ରାଉତ, ଅଳତୀ ସମିତି ସଭ୍ୟା ଖୁଲଣା ସେଠୀ, ଯୋଗଦେଇ ବିଜେତା ଦଳକୁ ନଗଦ ଟ୍ରଫି ସହ ନଗଦ ୫୦ ହଜାର ଟଙ୍କା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହତ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ପ୍ରାଣନାଥ ଜେନା, ଆଶୁତୋଷ ପାଣି ଖେଳ ପରିଚାଳନା କରିଥିଲେ। ବରିଷ୍ଠ ସ୍କୋରର ସମୀର ସ୍ୱାଇଁ, ଆଶିଷ ମିଶ୍ର, ରାଜେନ୍ଦ୍ର ଦାସ,ଡିଜିଟାଲ ସ୍କୋରର ବିଏମ ବିଶାଲ ପରିଡା ଧାରାବିବରଣୀ, ବିପିନ୍ ସାହୁ, ଜ୍ଞାନ ରଞ୍ଜନ ଘଡେ଼ଇ,ତପନ ନାୟକ,ବୁବୁ ସିହ୍ନା ସହଯୋଗ କରିଥିଲେ। ସ୍ପୋଟର୍ସ କ୍ଲବ ର ସମସ୍ତ ସଦସ୍ୟ ଖେଳ କୁ ସୁପରିଚାଳନା କରିଥିଲେ।

Leave A Reply

Your email address will not be published.