ଦିଲ୍ଲୀର ଭାରତ ମଣ୍ଡପରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ‘ପରୀକ୍ଷା ପେ ଚର୍ଚ୍ଚା’ର ସପ୍ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । କିପରି ପରୀକ୍ଷାରେ ଚାପମୁକ୍ତ ରହିବ ଓ ସଫଳତା ପାଇବେ ସେନେଇ ମୋଦିଙ୍କ ଠାରୁ ଟିପ୍ସ ନେଇଛନ୍ତି ଛାତ୍ରଛାତ୍ରୀ । ଆମେ କେବେ ଏହା କହି ପାରିବୁ ନାହିଁ କି ଚାପ ଦୂର ହୋଇଗଲା । ଯେକୌଣସି ସମୟରେ ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ଚାପକୁ ସାମ୍ନା କରିବାକୁ ସକ୍ଷମ ହେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆୟୋଜିତ ହୋଇଯାଇଛି ପ୍ରଧାନମନ୍ତ୍ରୀଙ୍କ ପାଠଶାଳା କାର୍ଯ୍ୟକ୍ରମ ।

ନୂଆଦିଲ୍ଲୀର ଭାରତ ନାଟମଣ୍ଡପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ । ୧୪ ଲକ୍ଷରୁ ଅଧିକ ଶିକ୍ଷକ, ୫ ଲକ୍ଷରୁ ଅଧିକ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରେଜିଷ୍ଟ୍ରେଷନ କରିଛନ୍ତି । ସକାଳ ୧୧ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପରୀକ୍ଷା ପେ’ ଚର୍ଚ୍ଚା’ର ଆୟୋଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ‘ପରୀକ୍ଷା ପେ’ ଚର୍ଚ୍ଚା’ର ସପ୍ତମ ସଂସ୍କରଣର ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସପ୍ତମ ସଂସ୍କରଣ ପାଇଁ ମାଇଗୋଭ୍ ପୋର୍ଟାଲରେ ୨.୨୬ କୋଟି ପଞ୍ଜିକରଣ ରେକର୍ଡ କରାଯାଇଛି । ଯାହା କି ଦେଶବ୍ୟାପୀ ଛାତ୍ରମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହକୁ ଦର୍ଶାଉଛି ।

‘ପରୀକ୍ଷା ପେ’ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି । ତାହା ସହ ପିଲାମାନଙ୍କ ପରୀକ୍ଷାକୁ ନେଇ ଟିପ୍ସ ଦେଇଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.