ଆସନ୍ତା ଫେବୃଆରୀ 27ରେ ହେବ ରାଜ୍ୟସଭା ନିର୍ବାଚନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ। ଆସନ୍ତା ଫେବୃଆରୀ 27ରେ ହେବ ରାଜ୍ୟସଭା ନିର୍ବାଚନ ।  ଏନେଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଖାଲି ପଡିଥିବା ୫୬ଟି ସିଟ୍‌ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଖାଲି ପଡିଥିବା ୧୫ ରାଜ୍ୟର ୫୬ ସିଟ୍‌ ମଧ୍ୟରେ ଓଡିଶାର ତିନୋଟି ଆସନ ରହିଛି । ନିର୍ବାଚନ ପାଇଁ ଫେବ୍ରୁଆରି ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରି ୧୫ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଏଣେ ଫେବ୍ରୁଆରି ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୦ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

 ଓଡିଶା ସମେତ 15 ଟି ରାଜ୍ୟର 56ଟି ଆସନରେ ହେବ ନିର୍ବାଚନ । ଆନ୍ଧ୍ରପ୍ରଦେଶରେ 3ଟି, ବିହାରରେ 6, ଛତିଶଗଡରେ 1, ଗୁଜୁରାଟରେ 4, ହରିଯାଣାରେ 1, ହିମାଚଳ ପ୍ରଦେଶରେ 1, କର୍ଣ୍ଣାଟକରେ 4, ମଧ୍ୟପ୍ରଦେଶରେ 5, ତେଲେଙ୍ଗାନାରେ 3, ଉତ୍ତରପ୍ରଦେଶେର 10, ଉତ୍ତରାଖଣ୍ଡରେ 1, ପଶ୍ଚିମବଙ୍ଗରେ 5, ଓଡିଶାରେ 3 ଓ ରାଜସ୍ଥାନରେ 3 ଆସନ ପାଇଁ ହେବ ନିର୍ବାଚନ ।

ରାଜ୍ୟର 15 ଟି ରାଜ୍ୟର 56ଟି ରାଜ୍ୟସଭା ଆସନ ଆଗକୁ ଖାଲି ପଡିବାକୁ ଯାଉଛି । ଏହି ଆସନରେ ଥିବା ନେତାଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ରାଜ୍ୟସବା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।

Leave A Reply

Your email address will not be published.