୬୯ତମ ଫିଲ୍ମ ଫେୟାର ଆୱାର୍ଡ କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗୁଜରାଟର ଗାନ୍ଧି ନଗରରେ ଆୟୋଜିତ ହୋଇ ଯାଇଛି ୬୯ତମ ଫିଲ୍ମ ଫେୟାର ଆୱାର୍ଡ କାର୍ଯ୍ୟକ୍ରମ। ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ଚାଲିଛି ଏହି କାର୍ଯ୍ୟକ୍ରମ । ଯାହାକି ୨୭ ଓ୨୮ ଦୁଇ ଦିନ ଧରି ଚାଲିବ । ଏହା ପୂର୍ବରୁ ଏୟାରପୋର୍ଟରେ ସ୍ପଟ୍ ହୋଇଛନ୍ତି ବହୁ ବଲିଉଡ କଳାକାର । ଫିଲ୍ମ ମେକର କରଣ ଜୋହରଙ୍କୁ ବେଷ୍ଟ ଫିଲ୍ମ ମେକର ଆୱାର୍ଡରେ ସମ୍ମାନିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ‘ଫିଲ୍ମ ଫେୟାର ଆୱାର୍ଡ’କୁ ନେଇ ଉତ୍ସବମୁଖର ରହିଛି ଗୁଜରାଟ ।

ଚଳିତ ବର୍ଷ କପୁର କପଲ୍‌ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆୱାର୍ଡ ହାସଲ କରିଛନ୍ତି। ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ପାଇଛନ୍ତି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ସେହିପରି ତାଙ୍କ ପତ୍ନୀ ତଥା ଆଗ ଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ‘ରକି ୱର ରାନୀ କି ପ୍ରେମ କାହାନୀ’ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

’12th Fail’କୁ ଶ୍ରେଷ୍ଠ ଫିଲ୍ମ ସମେତ ଆହୁରି ବହୁ ଆୱାର୍ଡ ମିଳିଛି। ‘Joram’କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଛି | ରାଣୀ ମୁଖାର୍ଜୀ ଓ ଶେଫାଳି ଶାହଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ରାଣୀଙ୍କୁ ‘Mrs Chatterjee Vs Norway’ ଫିଲ୍ମ ପାଇଁ ଓ ଶେଫାଳୀଙ୍କୁ ‘Three of Us’ ପାଇଁ ଏହି ପୁରସ୍କାର ହାସଲ ହୋଇଛି। ‘Dunki’ ଫିଲ୍ମ ପାଇଁ ଭିକି କୌଶଲଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଆୱାର୍ଡ ମିଳିଛି। ସେହିପରି ବର୍ଷୀୟାନ ଅଭିନେତ୍ରୀ ଶାବନା ଆଜମୀ ‘ରକି ୱର ରାନୀ କି ପ୍ରେମ କାହାନୀ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଆୱାର୍ଡ ହାସଲ କରି ପାରିଛନ୍ତି। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ ‘Zara Hatke Zara Bachke’ ଫିଲ୍ମର ‘Tere Vaaste’ ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ସମ୍ମାନ ପ୍ରାପ୍ତ ହୋଇଛି। ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଭୁପିନ୍ଦର ବବ୍ବଲଙ୍କୁ ଓ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଶିଳ୍ପା ରାଓଙ୍କୁ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.