‘ବିଗ୍‌ ବସ୍‌’ରେ ଜିତିଲେ ମୁନାୱର ଫାରୁକୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରିଆଲିଟି ଶୋ’ ବିଗ୍‌ ବସ୍‌ ୧୭। ବର୍ତ୍ତମାନ ଏହି ଶୋ’ର ଗ୍ରାଣ୍ଡ ଫାଇନାଲ ରବିବାର ରାତିରେ ଶେଷ ହୋଇଛି। ‘ବିଗ୍‌ ବସ୍‌’ ସୋ’ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ୩୨ ବର୍ଷିୟ ଫାରୁକୀଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି । ପୁରସ୍କାର ଆକାରରେ ମୁନାୱର ଫାରୁକୀଙ୍କୁ ନଗଦ ୫୦ ଲକ୍ଷ ଟଙ୍କା ସହ ଏକ କାର୍‌ ମିଳିଛି । ମୁନାୱର ଫାରୁକୀ ଫାଇନାଲରେ ଲାଇଭ ଭୋଟିଂ ମାଧ୍ୟମରେ ଅଭିନେତା ଅଭିଷେକ କୁମାରଙ୍କୁ ପରାସ୍ତ କରିଥିଲେ । ଏଥିରେ ବଲିଉଡର ଅଜୟ ଦେବଗନ ଏବଂ ଆର ମାଧବନ ବିଶେଷ ଅତିଥି ଥିଲେ।

ବିବାଦୀୟ ରିଆଲିଟି ଶୋ’ର ଗ୍ରାଣ୍ଡ ଫାଇନାଲ ବିଜୟ ଘୋଷଣା ସମୟକୁ ସମସ୍ତେ ଅପେକ୍ଷା କରିଥିଲେ। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମୁନାୱର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ। ଟପ୍‌ ୫ରେ ପ୍ରତିଯୋଗୀମାନେ ଥିଲେ ଅଭିଷେକ କୁମାର, ଅଙ୍କିତା ଲୋଖଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି।୩୨ତମ ଜନ୍ମଦିନରେ ବିଗ୍‌ ବସ୍‌ ମୁକୁଟ ତାଙ୍କ ପାଇଁ ସର୍ବୋତ୍ତମ ବାର୍ଥ ଡେ’ ଗିଫ୍ଟ ସଦୃଶ ହୋଇଛି।

ବିଗ୍ ବସ୍ ଜିତିବା ପରେ ମୁନାୱର କେବଳ ଟ୍ରଫି ପାଇନାହାଁନ୍ତି, ଏହା ସହିତ ତାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ଏକ କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଟ୍ରଫି ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଦିଲ୍, ଦିମାଗ୍ ଏବଂ ଦମ୍ ର ଶୋ’ର ଥିମ୍ ଆଧାରରେ ଏହା ପ୍ରସ୍ତୁତ କରାଯାଇ ଥିଲା। ଏହି ବିଜୟ ସହିତ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରି ସବୁଆଡେ ପ୍ରସିଦ୍ଧ ହେଲେ । ସେ ପ୍ରଶଂସକଙ୍କ ତରଫରୁ ଅନେକ ଅଭିନନ୍ଦନ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.