OTDCର ସ୍ବତନ୍ତ୍ର ବସରେ ଚିଲିକା ବୁଲି ଗଲେ ବାଚସ୍ପତିଙ୍କ ସମେତ ସବୁ ମନ୍ତ୍ରୀ ଓ ବିଧାୟକ, ମା କାଳିଜାଇଙ୍କ କରିବେ ଦର୍ଶନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଚିଲିକା ବୁଲିବେ ରାଜ୍ୟର ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। କାଲିଜାଇ ମାଙ୍କ ଦର୍ଶନ ପରେ ନୌସେନା ଦ୍ୱାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ। ସେଠାରେ ବୁଲିସାରି ସନ୍ଧ୍ୟାରେ ଭୁବନେଶ୍ବରକୁ ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ବିଧାନସଭାରୁ ସ୍ୱତନ୍ତ୍ର ବସ ଦ୍ୱାରା ଚିଲିକା ଗସ୍ତରେ ଯାଇଛନ୍ତି ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି।

ପୂର୍ବରୁ 2020 ମସିହାରେ ପାରାଦୀପ ବନ୍ଦରକୁ ଯାଇ ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ଜାଇ ସେଠାରେ ହେଉଥିବା ସମରାଭ୍ୟାସ ଉପଭୋଗ କରିଥିଲେ।OTDCର 4ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.