ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋନ ଲୋଭରେ ଅଞ୍ଚଳ ବାସି ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ | ଅଳ୍ପ କିଛି ଦିନ ହେବ ଲୋଭ, ମାଗଣା, ଭୟ ଦେଖାଇ ଠକୁଥିବା ଉପରେ ଓଡ଼ିଶା ପୋଲିସ ସାଇବର ସଚେତନତା ଉପରେ ପ୍ରଚାର ପ୍ରସାର କରିଥିଲେ ମଧ୍ୟ ଲୋକ ସଚେତନା ନାହିଁ | ଯାହା ଫଳରେ ଲୋନ ର ଲୋଭରେ ଅଞ୍ଚଳ ବାସି ପୁଣି ସାମ୍ନା କୁ ଆସିଛି ଠକେଇ ହୋଇଥିବା ଘଟଣା |
ଏପରି ଘଟଣା ଆସିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳ ରୁ, ତେବେ ଆଦିବାସୀ ନିରିହ ଲୋକଙ୍କୁ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଘଟଣାରୁ ଯାହା ଜଣାପଡିଛି | ମୟୂରଭଞ୍ଜ ଜିଲ୍ଲା ବିଶୋଇର ବିଭିନ୍ନ ଅଞ୍ଚଳର କିଛି ଲୋକଙ୍କୁ ୩ଲକ୍ଷ ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ହେବ କହି ୩ ହଜାରରୁ ଆରମ୍ଭ କରି ଏକ ଲକ୍ଷ ପର୍ଯ୍ୟନ୍ତ ଠକି ନେଇଥିବା ନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଠକିଥିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ଅଞ୍ଚଳ ବାସି ଅଟକାଇ ବିଶୋଇ ଥାନାକୁ ହସ୍ତାନ୍ତର କରିଛନ୍ତି। ଏହି ଦୁଇ ବ୍ୟକ୍ତି ତାଙ୍କୁ NSDL ପେମେଣ୍ଟ ସଂସ୍ଥା ନାମରେ କିଛି କାଗଜପତ୍ର ଫର୍ମ ପୁରଣକରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି।ଅଟକ ଦୁଇ ଜଣ ବ୍ୟକ୍ତି ରାଇରଙ୍ଗପୁର ଅଞ୍ଚଳର ବୋଲି ସୂଚନା ମିଳିଥିବା ବେଳେ ବିଶୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।